ସାପ କାମୁଡାରେ ବୃଦ୍ଧ ମୃତ
ନୀଳଗିରି : ଜୈନିକ ବୃଦ୍ଧ ବାଡ଼ିରେ ପଡିଥିବା କାଠ ସଫାକରୁଥିବା ବେଳେ ହଠାତ ଏକ ବିଷଧର ସାପ କାମୁଡିବାରୁ ପରିବାର ଲୋକେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇଥିଲେ । ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଛି । ନୀଳଗିରି ଥାନା ଅଧୀନସ୍ଥ ବେତଶୂଳ ଗ୍ରାମର ବାଉଳି ମୁଦୁଲିଙ୍କ ପୁତ୍ର ଗଜେନ୍ଦ୍ର (୫୮)ଗତକାଲି ଅପରାହ୍ନ ୩ଟା ସମୟରେ ନିଜ ବାଡ଼ିରେ କାଠ ସଫା କରୁଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା । ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନା ନେଇଥିଲେ । ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଛି ।ଏନେଇ ନୀଳଗିରି ଥାନା ରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇିଛି । ଉକ୍ତ ଖବର ପ୍ରଚାରିତ ହେବାପରେ ପରିବାର ସମେତ ଗ୍ରାମରେ ଶୋକରଛାୟା ଖେଳିଯାଇଛି ।