Anubhav Mohanty ବାୟୋଗ୍ରାଫି : ବହିରେ ସବୁକଥା ଲେଖିଦେଲେ ଜାଗୃତି!
 
                                ଭୁବନେଶ୍ୱର: ପ୍ରକାଶ ପାଇଛି ଓଡିଶାର ଲୋକପ୍ରିୟ ସୁପରଷ୍ଟାର ତଥା ରାଜନେତା Anubhav Mohanty ବାୟୋଗ୍ରାଫି। ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି Jagrati Shukla। ଏହାର ଓଡ଼ିଆ ଅନୁବାଦ କରିଛନ୍ତି ମାନସ ପଢିଆରୀ। ଅନୁଭବ ମହାନ୍ତି ତଥା Varsha Priyadarshini ସବୁବେଳେ ଗଣମାଧ୍ୟମରେ ଆଲୋଚନାର ବିଷୟ ରହିଥିବାବେଳେ ଏହି ବହିରେ ମଧ୍ୟ ତାଙ୍କ ସମ୍ପର୍କରେ ସ୍ଥାନ ପାଇଛି। ଏଥିସହ ଅନୁଭବଙ୍କ ସହ ଜାଗୃତିଙ୍କୁ ନେଇ ବହୁ ରୋଚକ କଥା ମଧ୍ୟ ଆଲୋଚନ କରାଯାଇଛି। ଏହି ବହି ଲେଖିବା ପାଇଁ ଜାଗୃତିଙ୍କୁ ୪-୫ବର୍ଷ ସମୟ ଲାଗିଥିଲା। ସେ କୁହନ୍ତି କି, ଅନୁଭବଙ୍କ ଜୀବନକୁ ବହୁ ପାଖରୁ ଦେଖିବା ସହ ବହୁ କଷ୍ଟରେ ଏହି ବହିଟିକୁ ଲେଖିଛି। କହିରଖୁଛୁ କି, ବହିର ପ୍ରତିଟି ଶୀର୍ଷକ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ହୋଇଛି। ଯେପରି ଶୀର୍ଷକ ହେଉଛି ‘ ଅବାଞ୍ଚିତ ଜୀବନସାଥୀ ଏବଂ ଲଭ୍ ବାଇଚାନ୍ସ ଉପରେ ଲେଖାଯାଇଛି।
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
