ଏମାନଙ୍କୁ ମିଳିବ PM Kisan କିସ୍ତି

ଏମାନଙ୍କୁ ମିଳିବ PM Kisan  କିସ୍ତି

ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍‌…
ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ ଫେବୃୟାରୀ ୨୪ରେ ଖାତାକୁ ଆସିବ ୧୯ ତମ କିସ୍ତି। ଯଦି ଆପଣ PM Kisan Yojana ଆବେଦନ କରିଛନ୍ତି କିନ୍ତୁ ଟଙ୍କା ଆସିବ କି ନାହିଁ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଲାଭକାରୀ ହୋପାରେ।

PM Kisan ଯୋଜନାରେ ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି ସରକାର । ପିଏମ କିଶାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ତମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ସରକାର । କିନ୍ତୁ ସବୁଠୁ ବଡ଼ କଥା ହେଉଛି ସବୁ ଚାଷୀଙ୍କୁ ଏହି ଟଙ୍କା ମିଳିନାହଁ । ଏହି ଯୋଜନାରେ ଚାଷୀମାନେ ବାରମୱାର ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ । କାହିଁକି ଟଙ୍କା ଆସିନି ସେ ନେଇ ସେମାନଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି । ବାରମୱାର ବ୍ୟାଙ୍କ ଇକେୱାସି ଓ ଆଧାର କାର୍ଡ ଲିଙ୍କ କରିଥିଲେ ବି ସେମାନଙ୍କୁ ୧୮ ତମ କିସ୍ତି ଟଙ୍କା ମିଳିପାରିନାହିଁ । ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ ତେବେ ହିତାଧିକାରୀ କିପରି ଜାଣିବେ, ସେମାନଙ୍କ ଆବେଦନର ଷ୍ଟାଟସ ବାବଦରେ । ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଜଣେ ହିତାଧିକାରୀ ଓ ଜାଣିବାକୁ ଚାହୁଁଛନ୍ତି ଯେ ଆପଣ ପରବର୍ତ୍ତୀ କିସ୍ତିର ଲାଭ ପାଇପାରିବେ କି ନାହିଁ, ତେବେ ଆପଣ ଏଥିପାଇଁ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ଏପରି କ୍ଷେତ୍ରରେ, ଆପଣଙ୍କୁ ଯୋଜନାର ସରକାରୀ ୱେବସାଇଟ pmkisan.gov.in ପରିଦର୍ଶନ କରିବାକୁ ପଡିବ।

PM Kisan Yojana: ପୋର୍ଟାଲ ଖୋଲିବା ପରେ ଆପଣ ଏଠାରେ ଅନେକ ବିକଳ୍ପ ଦେଖିବେ, ଯେଉଁଥିରୁ ଆପଣଙ୍କୁ ‘Know Your Status’ ଉପରେ କ୍ଲିକ କରିବାକୁ ପଡିବ। ଏହା ପରେ, ଆପଣଙ୍କୁ ଏଠାରେ ଆପଣଙ୍କର ପଞ୍ଜୀକରଣ ନମ୍ବର ଦେବାକୁ ପଡିବ। ଏବେ ଆପଣ ସ୍କ୍ରିନରେ କ୍ୟାପଚା କୋଡ ଦେଖିବେ, ଏହାକୁ ଏଠାରେ ପ୍ରବେଶ କରନ୍ତୁ। ଏହା ପରେ, ଆପଣଙ୍କୁ ଶେଷରେ ’Get Detail’ ଉପରେ କ୍ଲିକ କରିବାକୁ ପଡିବ। ଏପରି କରିବା ମାତ୍ରେ, ଆପଣଙ୍କର ଷ୍ଟାଟସ ସ୍କ୍ରିନରେ ଦୃଶ୍ୟମାନ ହେବ । ଏଥିରେ ଆପଣ ଜାଣିପାରିବେ ଯେ ଆପଣଙ୍କୁ କିସ୍ତି ଟଙ୍କା ମିଳିବ କି ନାହିଁ କିମୱା ମିଳିଲା କି ନାହିଁ । ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜରେ ରିଜେକ୍ଟ ବୋଲି ଲେଖାଯିବ । ଏହି ଷ୍ଟେପ ଲାପଟପ ଓ ଡେସ୍କଟପ ପାଇଁ ପ୍ରଜ୍ୟୁଜ ।

PM Kisan Yojan: େସେହିପରି ମାବାଇଲରେ ପିଏମ କିଷାନ ପୋର୍ଟାଲ ଖୋଲି ହିତାଧିକାରୀ ନିଜର ଆବେଦନର ଷ୍ଟାଟସ ଚେକ କରିପାରିବେ। ପେଜ ଖୋଲି ତଳକୁ ସ୍କ୍ରଲ କଲେ Know your Status ଦେଖାଯିବ । ଯେଉଁଥିରେ କ୍ଲିକ କଲେ ହିତାଧିକାରୀଙ୍କୁ ପ୍ରଥମେ ନିଜ ରେଜିଷ୍ଟ୍ରେର ନଂ ଓ କ୍ୟାପଚା କୋଡ ପ୍ରବେଶ କରିବାକୁ ପଡିବ । ତାପରେ ପଞ୍ଜିକୃତ ମୋବାଇଲ ନଂକୁ OTP ଆସିବ ଓ ଏଥିରୁ ହିତାଧିକାରୀଙ୍କ ଷ୍ଟାଟସ ଜଣା ପଡିବ ।