ଓଡ଼ିଶା ଛୁଇଁଲା ମୌସୁମୀ

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ  ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ମାଲକାନଗିରିର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ ରହିଛି । ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥାଏ। ଚଳିତଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ସମୟର ଦୁଇ ଦିନ ପୂର୍ବରୁ କେରଳ ଛୁଇଁଥିବା ବେଳେ ଓଡ଼ିଶାରେ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଗତ ୩୦ ତାରିଖରେ କେରଳ ଉପକୂଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ଏହା ପ୍ରବେଶ କରିଛି।