ଚନ୍ଦ୍ରଶେଖର ହେଲେ ବିଜେଡ଼ି ଇସ୍ତାହାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡ଼ି ଇସ୍ତାହାର କମିଟି ଅଧ୍ୟକ୍ଷ କରିଛି । ସେହିପରି ତାଙ୍କୁ ବିଜେଡି ଉପସଭାପତି ଭାବେ ମଧ୍ୟ ଦାୟିତ୍ୱ ମିଳିଛି । ସେ ବ୍ରହ୍ମପୁର ଲୋକସଭା କିମ୍ବା ବିଧାନସଭା ଟିକେଟ ପାଇବାକୁ ଆଶା ରଖିଥିଲେ । କିନ୍ତୁ ତାଙ୍କ ସ୍ଥାନରେ ଆଜି ବିଜେପିରୁ ଆସି ମିଶିଥିବା ଭ୍ରୁଗୁ ବକ୍ସିପାତ୍ରଙ୍କୁ ବିଜେଡ଼ି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ କରିଛି । ସେହିପରି ବ୍ରହ୍ମପୁର ବିଧାନସଭା ଆସନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇଛି । ଫଳରେ ଚନ୍ଦ୍ରଶେଖରଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ସନ୍ତୁଷ୍ଟ ହେବାକୁ ପଡ଼ିବ ।