କେଜ୍ରିୱାଲଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଗିରଫଦାରୀ ଓ ନ୍ୟାୟିକ ହେପାଜତକୁ ବିରୋଧ କରି କୋର୍ଟରେ ଆବେଦନ କରିଥିଲେ । ଏହାପରେ କୋର୍ଟ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟକୁ ଜବାବ ତଲବ କରିବା ପରେ ମଙ୍ଗଳବାର ଜବାବ ଦାଖଲ କରିଥିଲା । ଆଜି ଏହି ଆବେଦନର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ଉଭୟ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତାକାଲି କେଜ୍ରିୱାଲଙ୍କୁ ଗିରଫଦାରୀକୁ ମୁକ୍ତ ମିଳିବ ନା ନାହିଁ ସେ ନେଇ କୋର୍ଟ ନିଷ୍ପତ୍ତି ଶୁଣାଇବେ ।
କୋର୍ଟରେ କେଜ୍ରିୱାଲଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମାନୁ ସିଙ୍ଘଭି ପକ୍ଷ ରଖିଥିଲେ । ପିଏମ୍ଏଲ ଧାରା ୫୦ ଅନୁଯାୟୀ କେଜ୍ରିୱାଲଙ୍କ ବିରୋଧରେ କୌଣସି ସାମଗ୍ରୀ ନଥିବା ସେ କହିଛନ୍ତି । ଲୋକସଭା ନିର୍ବାଚନରେ କେଜ୍ରିୱାଲଙ୍କୁ ତାଙ୍କ ଦଳର ପ୍ରାର୍ଥୀଙ୍କ ପ୍ର·ର କରିବାକୁ ରୋକା ଯାଉଛି । ପ୍ରଥମ ଭୋଟିଂ ପୂର୍ବରୁ କେଜ୍ରିୱାଲଙ୍କ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି । ବିନା କୌଣସି ପ୍ରମାଣରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ପ୍ରମାଣ ନାହିଁ ।