ବିଜେପି ହାତରେ ରହିବ ୪ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ
ବିଜେପି ନିଜ ପାଖରେ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ରଖିବ, ଅନ୍ୟ ମନ୍ତ୍ରାଳୟରେ ସହଯୋଗୀ ଦଳର ନେତାଙ୍କୁ ମନ୍ତ୍ରୀ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ସୂଚନା ମୁତାବକ, ମୋଦିଙ୍କ ତୃତୀୟ ପାଳିରେ ବିଜେପି ନିଜ ପାଖରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ଅର୍ଥ ଓ ବିଦେଶ ମନ୍ତ୍ରାଳୟ ରଖିବ। ମୋଦି ସରକାରଙ୍କ ଶେଷ ଦୁଇ କାର୍ଯ୍ୟକାଳ ମଧ୍ୟରେ ବି ଏହି ସବୁ ମନ୍ତ୍ରଣାଳୟ ବିଜେପି ପାଖରେ ଥିଲା। ଶିକ୍ଷା ଓ ସଂସ୍କୃତି ବିଭାଗକୁ ମଧ୍ୟ ବିଜେପି ନିଜ ପାଖରେ ରଖିବ। ତେବେ ରେଳ, କୃଷି, ଶିକ୍ଷା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଏଥର ବିଜେପି ନିଜ ପାଖରେ ନରଖି, ନିଜ ସହଯୋଗୀଙ୍କୁ ଦେଇପାରେ। ସହଯୋଗୀମାନେ ୫ରୁ ୮ଟି କ୍ୟାବିନେଟ ପଦ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି।