ବିଜେଡି ଇସ୍ତାହାର:ଯୁବଶକ୍ତି ପାଇଁ ବିଶେଷ ବଜେଟ୍ ଆସିବ

ବିଜେଡି ଇସ୍ତାହାର:ଯୁବଶକ୍ତି ପାଇଁ ବିଶେଷ ବଜେଟ୍ ଆସିବ

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାର-୨୦୨୪ ଉନ୍ମୋଚନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।ଏହି ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ ବୋଲି ସେ କହିଛନ୍ତି। ଏହି ଘୋଷଣାପତ୍ର ଯୁବଶକ୍ତିର ଘୋଷଣାପତ୍ର ହେବ ବୋଲି କହିଛନ୍ତି ନବୀନ । ନିର୍ବାଚନୀ ଇସ୍ତାହାର ଅନୁଯାୟୀ ୫ ବର୍ଷରେ ୨ ଲକ୍ଷ ଚାକିରି ଦେବାକୁ ଦେଲେ ପ୍ରତିଶ୍ରୁତି । ଗରିବଙ୍କୁ ମିଳିବ ୧୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି । ଯୁବଶକ୍ତି ପାଇଁ ବିଶେଷ ବଜେଟ୍ ଆସିବ । ‘ନୂଆ-ଓ’ ରେ ପୁଅଙ୍କୁ ୧୨ ହଜାର, ଝିଅଙ୍କୁ ୧୪ ହଜାର ଟଙ୍କା । ମହିଳାଙ୍କୁ ବିନା ସୁଦ୍ଧରେ ମିଳିବ ୧୫ ଲକ୍ଷ ଯାଏଁ ଋଣ ।

ଏହି ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବରରାଜ୍ୟର ମାନ୍ୟତା ପ୍ରଦାନ କରିବ ।
ଏକନମ୍ବର ରାଜ୍ୟର ଭବିଷ୍ୟତ ଲେଖିବା ପାଇଁ ସେମାନଙ୍କୁ ସଶକ୍ତ ଓ ସମୃଦ୍ଧ କରାଯିବ । ଓଡିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ୍ ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ ଜ୍ଝ ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ । ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ ଯେଉଁଠାରେ ଯୁବକମାନେ ନିଜ ପରିଚୟ ଏବଂ ଓଡିଶାର ପରିଚୟ ସୃଷ୍ଟି କରିପାରିବେ । ନୂଆ ଓ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ ଜ୍ଝ ନୂଆ ଓ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦ କୁ ବୃଦ୍ଧି କରାଯିବ । ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରୁଥିବା କଲେଜରେ ପଢୁ ଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ। ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ରୁଣକୁ ବ୍ୟାପକ କଭରେଜ୍ ସହିତ ଏକ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ । ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହି ସମସ୍ତ ପଦକ୍ଷେପ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଓଡିଶାକୁ ଏକ ବୃହତ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ସକ୍ଷମ କରିବ ।