ରଣେନ୍ଦ୍ରଙ୍କ ଉପରେ ଆକ୍ରମଣ ବିଜେପିର ପ୍ରାୟୋଜିତ କାର୍ୟ୍ୟକ୍ରମ ଥିଲା: ବିଜେଡି

ରଣେନ୍ଦ୍ରଙ୍କ ଉପରେ ଆକ୍ରମଣ ବିଜେପିର ପ୍ରାୟୋଜିତ କାର୍ୟ୍ୟକ୍ରମ ଥିଲା: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୮ ଥରର ନିର୍ବାଚିତ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଗତ କାଲି ହୋଇଥିବା ଆକ୍ରମଣ ବିଜେପିର ଏକ ପ୍ରାୟୋଜିତ କାର୍ୟ୍ୟକ୍ରମ ଥିଲା। ଆଠ ଆଠ ଥର ନିର୍ବାଚିତ ହୋଇଥିବା ଓ ଚଳିତ ବିଧାନସଭାର ପ୍ରୋଟେମ୍‌ ବାଚସ୍ପତି ଦାୟିତ୍ୱ ତୁଲାଇଥିବା ଶ୍ରୀ ସ୍ୱାଇଁଙ୍କ ଉପରେ ଏକ ପ୍ରାୟୋଜିତ ଆକ୍ରମଣ କରାଇବା ବିଜେପିର ରୁଗ୍‌ଣ ମାନସିକତାକୁ ଦର୍ଶାଇବା ସହ ରାଜ୍ୟର ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବରିଷ୍ଠ ମିଡ଼ିଆ ସଂଯୋଜକ  ପ୍ରତାପ ଜେନା ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ଜେନା କହିଥିଲେ, ତିଗିରିଆ ବ୍ଲକର ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇ ଆଠଗଡ଼ର ବିଧାୟକ ଶ୍ରୀ ସ୍ୱାଇଁ ଫେରୁଥିବା ସମୟରେ ତାଙ୍କ ଉପରେ ଏହି ପ୍ରାୟୋଜିତ ଆକ୍ରମଣ ହୋଇଥିଲା। ଦୁଃଖ ଓ ପରିତାପର ବିଷୟ ଯେ, ଜଣେ ବରିଷ୍ଠ ବିଧାୟକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ଏହି ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରୁଛି।