ସିଦ୍ଧାର୍ଥ ଛାତ୍ର ବିଜେଡ଼ି ଉପସଭାପତି


 ବ୍ୟାସନଗର : ବ୍ୟାସନଗର ପୌରପରିଷଦ ଯୁବ କାଉନସିଲର ସିଦ୍ଧାର୍ଥ ସାମଲଙ୍କୁ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଭାବେ ନିଯୁକ୍ତ ମିଳିଛି । ବ୍ୟାସନଗର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ନେତା ସିଦ୍ଧାନ୍ତଙ୍କ ସାଂଗଠନିକ ସକ୍ଷତା ଯୋଗୁ ଛାତ୍ର ବିଜେଡ଼ିର ସଂପାଦକ ଭାବେ ନିଯୁକ୍ତ ପାଇଥିଲେ । ପୌରନିର୍ବାଚନରେ ବିଜୟୀ ହୋଇ ସେ ତାଙ୍କ ଦକ୍ଷତାର ପରିଚୟ ଦେଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ିରେ ଛାତ୍ର ସଂଗଠନକୁ ସକ୍ରିୟ କରିବା ସିଦ୍ଧାର୍ଥଙ୍କୁ ଉପସଭାପତି ଭାବେ ନିଯୁକ୍ତ ମିଳିଛି । ଯାହାକୁ ନେଇ ବ୍ୟାସନଗର ପୌରାଞ୍ଚଳ ଛାତ୍ର ସଂଗଠନ ମହଲରେ ଖୁସିର ମାହୋଲ ଖେଳାଇ ଦେଇଥିବା ବେଳେ ନିର୍ବାଚନରେ ସଂଗଠନ ବିଜେଡ଼ିକୁ ଡ଼ବଲ ଶଙ୍ଖରେ ଭୋଟ କରାଇବାକୁ ସଂକଳ୍ପ ନେଇଛନ୍ତି । ସିଦ୍ଧାର୍ଥ ତାଙ୍କୁ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ, ସଂଗଠନ ସଂପାଦକ, ୫-ଟି ଅଧ୍ୟକ୍ଷ, ଛାତ୍ର ରାଜ୍ୟ ସଭାପତିଙ୍କ ସହ ଜିଲାର ସମସ୍ତ ନେତୃତ୍ୱମଣ୍ଡଳୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।