ଜଳିଗଲା ଦିବ୍ୟାଙ୍ଗଙ୍କ ଘର

କୁଆଖିଆ: ରସୁଲପୁର ତହସିଲ ଅନ୍ତର୍ଗତ ଗନ୍ଧଣ ଗ୍ରାମରେ ପୂର୍ବାହ୍ନ ୧୧ ଟାରେ ଜଣେ ଦିବ୍ୟାଙ୍ଗଙ୍କ ଦୁଇ ବଖରା ଘର ଜଳି ପାଉଁଶ ହୋଇ ଯାଇଛି । ସୂଚନା ଅନୁଯାୟୀ ଏହି ଗ୍ରାମର ନାରାୟଣ ସାହୁଙ୍କ ପୁଅ ବିରବରଙ୍କ ଚାଳ ଛପର ଦୁଇ ବଖରା ଘରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏହା ଦେଖି ଗ୍ରାମବାସୀ ମାନଙ୍କ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ କରି ପାରିନଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ତଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଖବର ପାଇ ମଧୁବନ ଆର୍ଇ ପହଣ୍ଡି ସମସ୍ୟା ସମ୍ପର୍କରେ ବୁଝିଥିଲେ । ତେବେ ବିଦୁ୍ୟତ୍ ସଟ୍ ସର୍କିଟ୍ ଯୋଗୁ ଏପରି ହୋଇଛି ବୋଲି ଆଶଙ୍କା କରାଯାଉଛି ।