ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଲା ବିଜେଡି

ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସରକାର ଏଥିରେ ବିଫଳ ହୋଇଛନ୍ତି । ରାଜଧାନୀ ସମେତ ସାରା ରାଜ୍ୟ ଆଇନ ଶୃଙ୍ଖଳା ଭୁଶୁଡ଼ିଛି । ପୋଲିସର ନିୟନ୍ତ୍ରଣ ନାହିଁ । ବିଧାନସଭା ଭିତରେ ଆଉ ବାହାରେ ପୋଲିସ କର୍ତ୍ତୁତ୍ୱ ଦେଖାଉଛନ୍ତି । ଭୁବନେଶ୍ୱରର ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସେ କହିଛନ୍ତି, ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି । ସରକାରୀ ଦଳର ସାଧାରଣ କର୍ମୀ ପୋଲିସ କାମରେ ହସ୍ତକ୍ଷେପ କରୁଛନ୍ତି । ପୋଲିସ ସ୍ୱାଧୀନ ଭାବେ କାମ ନ କଲେ ଅପରାଧ ବଢ଼ିବ । ସରକାରୀ ଦଳ ନିଜ ଆଡୁ ଦେଖିବା କଥା ଯେ ପୋଲିସ ଉପରେ ଚାପ ନ ପକାନ୍ତୁ । ପୋଲିସ ଵି ଅପରାଧରେ ସମ୍ପୃକ୍ତ ରହୁଥିବା ରିପୋର୍ଟ ଆସୁଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି । ତେଣୁ ଲୋକ ଅପରାଧ କରୁଛନ୍ତି । ବହୁ କଷ୍ଟରେ ଶାସନକୁ ଆସିଛନ୍ତି । ସେମାନେ ନିଜ କର୍ମୀଙ୍କୁ ପୋଲିସ ଉପରେ ହସ୍ତକ୍ଷେପ ଉପରୁ ନିବୃତ ରଖିବା କଥା, ନ ହେଲେ ଆହୁରି ବିଗିଡିବ ଆଇନ ଶୃଙ୍ଖଳା ସ୍ଥିତି ।

ସେପଟେ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀଙ୍କୁ କଡା ଜବାବ ଦେଲା ବିଜେପି । ଗଲା ଦିନର ଆଇନ ଶୃଙ୍ଖଳାକୁ ତର୍ଜମା ହୋଇଛି । ସରକାର ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରାଥମିକତା ହେଉଛି ଆଇନ ଶୃଙ୍ଖଳା । ପୁର୍ବ ଅପେକ୍ଷା ୪.୨ ପ୍ରତିଶତ ହାରରେ ନାରୀ ନିର୍ୟାତନା କମିଛି । ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ପୁର୍ବ ସରକାରର ୨୪ ବର୍ଷ ଇତିହାସ ଦେଖିଲେ ପୋଲିସ ଦଳୀୟ କର୍ମୀ ଭଳି କାମ କରୁଥିଲେ । ମାହାଙ୍ଗା ଡବଲ ମର୍ଡର, ପରୀ, ବେବିନା କେସକୁ ଏବେ ବିଜେଡି ଭୁଲି ଯାଇଛି । ସେତେବେଳେ କାର୍ୟ୍ୟାନୁଷ୍ଠାନ ନେବାର ସାହାସ ନ ଥିଲା । ବର୍ତ୍ତମାନ ସବୁ କେସରେ ଦୋଷୀ ଧରା ପଡୁଛନ୍ତି । ସେତେବେଳେ କେହି ଜଣେ ଧରା ପଡିଛନ୍ତି କି । ଆଇନ ତା ବାଟରେ କେବେ ଯାଏ ନାହିଁ । ସବୁ ଘଟଣାର ଠିକ୍ ସମୟରେ କାର୍ୟ୍ୟାନୁଷ୍ଠାନ ହୋଇଛି । ପୋଲିସ ଉପରେ ଭୟ ନ ଥିବା ଅଭିଯୋଗରେ କହିଲେ ବିଜେଡିର ଏ ଯାଏଁ ସରକାରରେ ଥିବା ହ୍ୟାଙ୍ଗ ଓଭର ଯାଇନି । ତେଣୁ ସେମାନେ ଏ ଅଭିଯୋଗ କରୁଛନ୍ତି । ଏଥିରେ କୌଣସି ଭିତ୍ତି ନାହିଁ । ନିରଞ୍ଜନ ପଟ୍ଟନାୟକ ଘରେ ଦୋଷୀ ଧରାପିଡ଼ିଛି । ପ୍ରବାସୀ ଭାରତୀୟ ଦିବସ ସମୟରେ ଭୁବନେଶ୍ୱରରେ ହୋଇଥିବା ହତ୍ୟାର ହତ୍ୟାକାରୀ ମଧ୍ୟ ଧରା ପଡ଼ିଲେ । ବିଧାନସଭା ନିୟମ ଅନୁସାରେ ଚାଲେ । କୌଣସି ଜନପ୍ରତିନିଧିଙ୍କ ଉପରେ ପୋଲିସ କର୍ତ୍ତୃତ୍ୱ ଦେଖାଉ ନାହିଁ ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି ।