ନଦୀକୁ ଖସିଲା ବିଡ଼ିଓଙ୍କ କାର

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଅନେକ ନଦୀରେ ଜଳସ୍ତର ବୃଦ୍ଧିପାଇଛି  । କେତେକ ଗଜ୍ ସାଇଟ୍ରେ ଜଳସ୍ତର ବିପଦସଂକେତ ଟପିଥିବାବେଳେ କେତେକ ସ୍ଥାନରେ ତାହା ବିପଦସଂକେତ ପାଖାପାଖି ହୋଇଛି  । ବିଶେଷକରି ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀ ଫୁଲୁଥିବାବେଳେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବନ୍ୟା ଆଶଙ୍କା ସୃଷ୍ଟିହୋଇଛି  । 
ତଥ୍ୟ ଅନୁଯାୟୀ, ମହାନଦୀର ଜଳସ୍ତର ଖଇରମାଳ ଠାରେ ବଢୁଥିବାବେଳେ ଆଳିପିଙ୍ଗଳରେ ଦେବୀ ନଦୀ ବଢୁଛି  । ଅପରପକ୍ଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ପାନପୋଷ, ରେଙ୍ଗାଲୀ, ତାଳଚେର ଓ ଇନ୍ଦୁପୁର ଠାରେ ବୃଦ୍ଧି ପାଇଛି  । ବୈତରଣୀ ସ୍ୱମପାଟଣା ଠାରେ ବିପଦସଂକେତ ଟପିଯାଇଛି  । ସେପଟେ ଆନନ୍ଦପୁର ଓ ଆଖୁଆପଦାରେ ବି ବୃଦ୍ଧିପାଉଛି  । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବାଲିମୁଣ୍ଡଳୀ ଓ ଏନଏଚ-୫ ଗୋବିନ୍ଦପୁର ଠାରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି  । ସୁବର୍ଣ୍ଣରେଖାର ଜଳସ୍ତର ଜାମସେଦପୁର, ଜାମଶୋଳାଘାଟ ଓ ରାଜଘାଟରେ ବୃଦ୍ଧି ପାଉଛି  ।
ଅପରପକ୍ଷରେ ଉତ୍ତର ଛତିଶଗଡ଼ ଓ ଏହାର ଆଖପାଖ ଝାରଖଣ୍ଡ ଅଞ୍ଚଳରେ ଅବପାତ ସୃଷ୍ଟିହୋଇଛି  । ଏହା ଧିରେଧିରେ ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ ପଶ୍ଚିମ ଦିଗକୁ ଗତି କରିବ  । ଆସନ୍ତାକାଲି ଏହା ସ୍ପଷ୍ଟ ଲଘୁଚାପ ଅଞ୍ଚଳରେ ପରିଣତ ହେବାର ସମ୍ଭାବନା ରହିଛି  । ସେହିପରି ଆସନ୍ତାକାଲି ଅର୍ଥାତ୍ ୨୭ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ରହିବା ସହ ବଜ୍ରପାତର ସମ୍ଭାବନା ରହିଛି  । ସେହିପରି ଉତ୍ତର ବଙ୍ଗୋପସାଗରରେ, ଓଡ଼ିଶା ଉପକୂଳ ଓ ଆଖପାଖ  ଅଞ୍ଚଳ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ନିକଟରେ ପବନର ବେଗ ଘଣ୍ଟା ପ୍ରତି ୩୫-୪୫ ଓ ଝଟକାପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର ରହିବାର ସମ୍ଭାବନା ଅଛି  । 
ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ବର୍ଷା ହେତୁ ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି  । ବୈତରଣୀ ନଦୀରେ ଆନନ୍ଦପୁର ଠାରେ ଜଳସ୍ତର ୩୮.୮୨ ମିଟର ଥିବାବେଳେ ଏହା କ୍ରମାଗତ  ବୃଦ୍ଧି ପାଉଛି, ଏହାର  ବିପଦ ସଂକେତ  ସ୍ତର ୩୮.୩୬ ମିଟର   । ସେହିପରି, ଆଖୁଆପଦା ଠାରେ ଜଳସ୍ତର ୧୭.୯୮ ମିଟର ରହିଛି ଓ ଏହା କ୍ରମାଗତ ବୃଦ୍ଧି ସ୍ଥିତିରେ   ଅଛି  । ଏହାର  ବିପଦ ସଂକେତ ସ୍ତର ୧୮.୩୩ ମିଟର  । ସିଡବ୍ଳୁ୍ୟସିର ଅନୁମାନ ଅନୁଯାୟୀ, ଏହି ସ୍ତର ଆଜି ରାତି ୧୦ ଟା ସୁଦ୍ଧା ୧୮.୬୫ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ  ।
ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର  ୭.୨୦ ମିଟର ଥିବାବେଳେ ଏବେ ଜଳସ୍ତର ସ୍ଥିର ରହିଛି  । ତେବେ ତାହା ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି  । ଏଠାରେ ବିପଦ ସଂକେତ ସ୍ତର ୬.୫୦ ମିଟର  । ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟଠାରେ ଜଳସ୍ତର  ୪୭.୯୨ ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ସ୍ଥିତିରେ ଅଛି  । ଏହାର ବିପଦ ସଂକେତ  ୪୯.୧୬ ମିଟର  । ସେହିପରି ରାଜଘାଟ ଠାରେ ଏହି ସ୍ତର ୭.୨୬ ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି  । ଏହାର, ବିପଦ ସଂକେତ ସ୍ତର ୧୦.୩୬ ମିଟର  । ଏହି ପରିପ୍ରେକ୍ଷୀରେ ୨୭ ତାରିଖ ସକାଳ ୧୦ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ସର୍ବୋଚ୍ଚ ବନ୍ୟା ଜଳ ପ୍ରବାହିତ ହୋଇପାରେ ଏବଂ ଜଳସ୍ତର  ୧୧.୭ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ  ।
ଏସବୁକୁ ଆଖିଆଗରେ ରଖି ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ କାର୍ଯ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ ସଦର ବିଡ଼ିଓ ପ୍ରତୀକ ସାହୁ (୩୩)ଓ ତାଙ୍କ ପନôୀ ରଶ୍ମି ସାହୁଙ୍କ ସହ ଶନିବାର କୋଣାର୍କ ବୁଲିବାକୁ ଆସିଥିଲେ । ରାମଚଣ୍ଡୀ ନିକଟ ଲୋଟସ ରିସର୍ଟରେ ତାଙ୍କ କାର ଭାରସାମ୍ୟ ହରାଇ କୁଶଭଦ୍ରା ନଦୀକୁ ଖସି ପଡିଥିଲା । ନଦୀରେ ଜୁଆର ଥିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାସୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ ବାହିନୀ କାରକୁ ଉଦ୍ଧାର କରିଥିଲେ  । ଏଥିରେ ବିଡ଼ିଓ ସାମାନ୍ୟ ଆହତ ହୋଇ ପ୍ରଥମେ କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ର ପରେ ପୁରୀ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ମେରାଇନ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଥାନାଧିକାରିଣୀ ପ୍ରତିମା ସାହୁ ପ୍ରକାଶ କରିଛନ୍ତି  ।