ବିଜେଡିର କର୍ମୀ ସମ୍ମିଳନୀ
ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଏବେ ରାଜନୀତି ପ୍ର·ର ଜୋର ଧରିଲାଣି । ତିନି ଦଳ କର୍ମୀ ସମ୍ମିଳନୀ, ରୋଡ଼ସୋ କରି ଭୋଟର ମାନଙ୍କୁ ଆକୃଷ୍ଟ କରୁଥିବା ଦେଖାଯାଇଛି । ବୁଧବାର ଜଗତସିଂହପୁର ସଦରସ୍ଥିତ ରଶ୍ମିପ୍ରଭା ମଣ୍ଡପ ପରିସରରେ ୪ ଟି ୱାର୍ଡକୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପରେ ଗାଲୁପଡା ଠରେ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦୀପ୍ତି କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ପୌରାଧକ୍ଷ ମଧୁସୂଦନ ସାହୁ, ଛାତ୍ର ସଭାପତି ସମିତି ଲେଙ୍କା, ଦିଲ୍ଲୀପ କୁମାର ସିଂହ, ଓ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ସାଂସଦ ପ୍ରାର୍ଥୀ ଡ଼ଃ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ଯୋଡ଼ା ଶଙ୍ଖରେ ଭୋଟ ଦେବାପାଇଁ ନିବେଦନ କରିଥିଲେ । ସେହିପରି ବଳରାମପୁର ଠାରେ ବିଜେଡି ରୋଡ ସୋରେ ଆସି କର୍ମୀ ସମ୍ମିଳନୀ କରିଥିଲା । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଯୋଗଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଯୋଜନା ଓ ପଦକ୍ଷେପସଂକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ । ଏହି କର୍ମୀ ସମ୍ମିଳନୀରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ଜÿିଲ୍ଲାପରିଷଦ ଅଧକ୍ଷ ମନୋଜ ଭୋଇ, କୁବେର ମୋହନ ଦାସ ପ୍ରମୁଖ ଯୋଗଦେଇଥିଲେ । ବଳରାମପୁର ବାଇଜଙ୍ଗାସ୍ଥିତ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମକୁ କାଳନ୍ଦୀ ଖୁଣ୍ଟିଆ, ଜାନକୀ ମହାରଣା, ନାରାୟଣ ନାୟକ, ଅମିତ ମହାନ୍ତି, ସୁଜିତ ମହାନ୍ତି, ବିଶ୍ୱଜିତ ସ୍ୱାଇଁ, ଆଶିଷ ଜେନା, ପ୍ରଦୀପ୍ତ ରାଉଳ, ମୁରଲୀ ଭୋଇ, ସୁରେଶ ସ୍ୱାଇଁ, ବିଶ୍ୱଜିତ ପାଢ଼ୀ, ନୃସିଂହ ମହାନ୍ତିଙ୍କ ବିଜେଡି କର୍ମୀମାନେ ପରି·ଳନା କରିଥିଲେ ।