ବନ୍ଧୁକ ଦେଖାଇ ଲକ୍ଷାଧିକ ସମ୍ପତ୍ତି ଲୁଟ୍
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଦଣ୍ଡିଲୋ ଗ୍ରାମରେ ସଶସ୍ତ୍ର ଡକାୟତି । ୫ ଜଣରୁ ଉର୍ଦ୍ଧ୍ୱ ଡକାୟତ ବନ୍ଧୁକ, ଫାର୍ସା, ଛୁରୀ ଓ ଭୁଜାଲି ଆଦି ମାରଣାସ୍ତ୍ର ଧରି ଦଣ୍ଡିଲୋ ଗ୍ରାମର ସୁକାନ୍ତ ଚରଣ ମହାରଣାଙ୍କ ଘରେ ଭଡା ଥିବା ଚନ୍ଦ୍ରକାନ୍ତ ସାହୁ, ଝରଣା ରାୟ ଓ ଅନ୍ୟମାନଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଜବରଦସ୍ତ ଆଲମୀରା, ଟ୍ରଙ୍କ, ବାକ୍ସ ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ କରି ନେଇଯାଇଛନ୍ତି । ପ୍ରଥମେ ଡକାୟତମାନେ ଘରର ପଛ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲେ । ପରେ ଜଣଙ୍କ ପରେ ଜଣଙ୍କ ଦେହରେ ବନ୍ଧୁକ ଓ ମାରଣାସ୍ତ୍ର ଲଗାଇ ଜବରଦସ୍ତ ଆଲମୀରା ଚାବି ଓ ଟ୍ରଙ୍କ ଚାବି ମାଗିଥିଲେ । ଓ ମହିଳାମାନଙ୍କ ବେକରୁ ସୁନା ଚେନ, କାନଫୁଲ, ହାତ ଶଙ୍ଖା ଆଦି ଜବରଦସ୍ତ ଖୋଲି ନେଇଥିଲେ । ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟେ ଘରେ ଆଗପଟେ କବାଟ ଦେଇ ସମସ୍ତ ଡକାୟତି ସାମଗ୍ରୀ ନେଇ ପଳେଇଥିଲେ । ଡକାୟତି ପରେ ସଙ୍ଗେ ସଙ୍ଗେ ଘର ମାଲିକ ସୁକାନ୍ତ କୁମାର ମହାରଣା ବିରିଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଆଡିସନାଲ ଏସପି ଓ ବିରିଡି ପୁଲିସ ଘଟଣାସ୍ତଲରେ ପହଞ୍ଚି ପହଞ୍ଚି ତଦନ୍ତ କରୁଥିବାବେଳେ ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତା ତଦନ୍ତ ଜାରି ରହିଛି ଓ ଖୁବଶୀଘ୍ର ଡକାୟତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।