ବୁଲା କୁକୁରଙ୍କ ଦୌରାତ୍ମ୍ୟ,୫ ଲକ୍ଷ ଲୋକଙ୍କୁ କାମୁଡ଼ିଲେଣି

ରାଜ୍ୟରେ ଗତ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଲେଣି ବୁଲା କୁକୁର। ଏଣୁ ବୁଲା କୁକୁରଙ୍କ ପ୍ରତି ସାବଧାନ ରହିବା ଜରୁରୀ। ରାସ୍ତାରେ ପ୍ରାୟ ୧୭ ଲକ୍ଷ ବୁଲା କୁକୁର ଥିବା ବେଳେ ସେମାନଙ୍କ ଉପଦ୍ରବରେ ଲୋକମାନେ ଅନେକ ସମୟରେ ଆତଙ୍କିତ ହୋଇପଡୁଛନ୍ତି । ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ଚଳିତ ବର୍ଷ ଅର୍ଥାତ ଏଇ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡାରେ ଶିକାର ହୋଇଛନ୍ତି। ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡାର ଶିକାର ହୋଇଛନ୍ତି । ବୁଧବାର ଗୃହରେ ଏହି ତଥ୍ୟ ରଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।