ଅବହେଳିତ ଅବସ୍ଥାରେ ଶ୍ମଶାନ ଘାଟ
ନୂଆପଡା: ଅବହେଳିତ ଅବସ୍ଥାରେ ରହିଛି ଶ୍ମଶାନ । ପାଚେରୀ ନ ଥିବା ହେତୁ ଶ୍ମାଶନଘାଟ ପାଲଟିଛି ଜଙ୍ଗଲ । ପ୍ରକାଶ ଯେ, ନୂଆପଡା ଜିଲ୍ଲା ଖଡ଼ିଆଳ ସହର ହେଉଛି ଜିଲ୍ଲାର ପ୍ରାଣକେନ୍ଦ୍ର । ଜିଲ୍ଲାରେ ତିନିଗୋଟି ବିଜ୍ଞାପିତ ଅଞ୍ଚଳ ରହିଛି । ଖରିଆର ରୋଡ଼, ନୂଆପଡା, ଖଡ଼ିଆଳ ଏହି ତିନିଗୋଟି ମଧ୍ୟରୁ ଖଡ଼ିଆଳ ହେଉଛି ଏକ ପ୍ରମୁଖ ଜନଗହଳି ସହର ।
ଏହି ସହରରେ ୧୩ ଗୋଟି ୱାର୍ଡ ରହିଛି । ପ୍ରତ୍ୟେକ ଗୋଟିଏ ଦୁଇଟି ୱାର୍ଡର ଲୋକମାନଙ୍କ ପାଇଁ ଶ୍ମାଶନର ବ୍ୟବସ୍ଥା ଅଛି, ହେଲେ ଅନେକ ଶ୍ମାଶନ ଏବେବି ଅବହେଳିତ ଅବସ୍ଥାରେ ରହିଛି । ଅନେକ ସ୍ଥାନରେ ପାଚେରୀ ନ ଥିବା ହେତୁ ଶ୍ମାଶନ ଘାଟ ଗୁଡିକ ପୁରା ଜଙ୍ଗଲ ସଦୃଶ ହୋଇଥାଏ । ଯାହାଫଳରେ କୌଣସି ବ୍ୟକ୍ତିଙ୍କ ମୃତ୍ୟ ହେଲେ ପରିବାର ଲୋକେ ଖର୍ଚ୍ଚାନ୍ତ ହୋଇଥିବା ଦେଖୁବାକୁ ମିଳିଛି । ତାହା ସହ ଖଡ଼ିଆଳ ସହରରେ ଅନେକ ଶ୍ମାଶନ ରହିଛି ଯାହାକି ପାଚେରୀ ନଥୁବା ହେତୁ ସରକାରଙ୍କ ଏହି ଜାଗାକୁ ଲାଗି ରହିଥିବା ବ୍ୟକ୍ତି ମାନେ ବର୍ତ୍ତମାନ ନିଜସ୍ୱ କରିବାରେ ଲାଗି ରହିଥିବା ଅଭିଯୋଗ ହୋଇଛି । ଏପରିକି ଶ୍ମାଶନରେ କେତେକ ସ୍ଥାନରେ ନଳକୂପ ଅଛି ତ କେତେକ ସ୍ଥାନରେ ନାହିଁ । ଯାହାଫଳରେ ଶ୍ମାଶନକୁ ଯାଉଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭି ଭିଯୋଗ ହୋଇଛି । ସେହି ପରି ୱାର୍ଡ ନଂ୧୦ ଏବଂ ୧୧ର ଜନସାଧାରଣଙ୍କ ପାଇଁ ଗୋଟିଏ ମାତ୍ର ଶ୍ମାଶନ ରହିଛି । ଯାହା ସହରଠୁ ଦୂରରେ ମୋଡେଲ ଡିଗ୍ରୀ କଲେଜ ପାଖରେ ରହିଛି । ହେଲେ ଏହା ବର୍ତ୍ତମାନ ଜଙ୍ଗଲରେ ପରିପୂର୍ଣ ରହୁଛି । ଏବଂ ଏହାର ଚାରିଆଡେ ଗଛ ଲତାରେ ପରିପୂର୍ଖ ରହିଛି । ଯାହାଫଳରେ ଏଠାକୁ ଶବଦାହ କରି ଆସୁଥିବା ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଶବଦାହ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶ୍ମାଶନର ଚାରି ଆଡ ପାଚେରୀ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜନସାଧାରଣ ଦାବି କରିଛନ୍ତି ।