ଓକିଲଙ୍କ ପରିବାର ଉପରେ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତକୁ କାହିଁକି ଗିରଫ କରୁନି ପୁଲିସ: ବିଜେଡି

  ଭୁବନେଶ୍ୱର :  ଗଂଜାମରେ ଲଗାତାର ଭାବେ ଅପରାଧ ଉପରମୁହାଁ ହୋଇଥିଲା ବେଳେ ଶାସକ ଦଳ ଏବଂ ମନ୍ତ୍ରୀଙ୍କ ପୁତୁରାଙ୍କ ଆତଙ୍କରାଜକୁ ଦୃଢ ନିନ୍ଦା କରିଛି ବିଜେଡି । ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ବଡ ଭାଇଙ୍କ ପୁଅ ଦୀପକ ଜେନା ସ୍ପଷ୍ଟ ଦିବାଲୋକରେ ଜଣେ ଓକିଲ ଓ ତାଙ୍କ ପରିବାର ଉପରେ ଯେଉଁଭଳି ନୃଶଂସ ଆକ୍ରମଣ କଲେ ତାହା ଅମାନବୀୟ । ଏହା ଜନସାଧାରଣଙ୍କ ସୁରକ୍ଷା ପାଇଁ ଶପଥ ନେଇଥିବା ଜଣେ ମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି । 
 ଜୁଲାଇ ୨୯ ତାରିଖରେ ନିଜ ପୁଅର ମୁଣ୍ଡନ ସାରି ଭୈରବୀ ମନ୍ଦିରରୁ ସପରିବାର ଫେରିଲା ବେଳେ ଗୋଳନ୍ଥରା ଚଟି ଛକରେ ଆଡଭୋକେଟ ଟି.ଭାନୁମୂର୍ତ୍ତିଙ୍କ ଗାଡି ଜଣେ ମୋଟରସାଇକେଲ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ଗ୍ରୋସରୀ ଦୋକାନ ସାମ୍ନାରେ ପଡିଥିବା ସିମେଣ୍ଟ କଂକି୍ରଟ ପ୍ଲେଟ ଉପରେ ଚଢିଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୋକାନୀ ଜଣଙ୍କ ଟି.ଭାନୁମୂର୍ତ୍ତି ଓ ତାଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ଟେଲିଫୋନ ଯୋଗେ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନାଙ୍କୁ ଡକାଇଥିଲେ । ତକô୍ଷଣାତ ଘଟଣାସ୍ଥଳରେ ମନ୍ତ୍ରୀଙ୍କ ପୁତୁରା ନିଜ ସହଯୋଗୀଙ୍କ ସହ ପହଞ୍ଚି ଟି.ଭାନୁମୂର୍ତ୍ତି ଓ ତାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରୁ ମହିଳାମାନେ ମଧ୍ୟ ବାଦ ପଡିନଥିଲେ, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଅଛି  । ପ୍ରାଣ ଭୟରେ ଓକିଲଙ୍କ ଭଣଜା ରାସ୍ତାରେ ଯାଉଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ବସରେ ଚଢି ପଳାଇଲା ବେଳେ ମନ୍ତ୍ରୀଙ୍କ ଘର ନିକଟରେ ବସ୍କୁ ଅଟକାଇ ଓକିଲ ଟି.ଭାନୁମୂର୍ତ୍ତିଙ୍କ ଭଣଜାଙ୍କୁ ଗାଡି ଭିତରୁ ଘୋଷାଡି ଆଣି ମନ୍ତ୍ରୀଙ୍କ ପୁୁତୁରା ଓ ତାଙ୍କ ସହଯୋଗୀମାନେ ସ୍କୃଡ୍ରାଇଭରରେ ତାଙ୍କ ପେଟକୁ ବାରମ୍ବାର ଭୁଶିଥିଲେ । ଦୁର୍ଭାଗ୍ୟର କଥା ଘଟଣାସ୍ଥଳର ଅତି ନିକଟରେ ପୁାଲିସ ଷ୍ଟେସନ ଥିଲେ  ମଧ୍ୟ ଖବର ପାଇ ପୁଲିସ ପହଞ୍ଚିନଥିଲେ । ଗୁରୁତର ଅବସ୍ଥାରେ ଓକିଲଙ୍କ ଭଣଜା ଏମ୍କେସିଜିରେ ଜୀବନ ସହ ସଂଗ୍ରାମ କରୁଛନ୍ତି  । ଓକିଲଙ୍କ ସ୍ତ୍ରୀ, ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରାଙ୍କ ସମେତ ୯ଜଣଙ୍କ ନାଁରେ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଆଜିଯାଏଁ ଗିରଫ ହୋଇନାହାନ୍ତି । ବର୍ତ୍ତମାନ ଓଡିଶାରେ ପ୍ରଚଳିତ ଆଇନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ବଡ ଭାଇଙ୍କ ପୁଅ ଦୀପକ ଜେନା ଗିରଫ ହେବେ ନା ରାଜ୍ୟ ବିଜେପି ସରକାର ୟୁପି ମଡେଲ ଆଣିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଡ. ମହାନ୍ତି ପ୍ରଶ୍ନ କରିଥିଲେ ।