ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

  ଭୁବନେଶ୍ୱର :     ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୧ତମ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଆୟୋଜିତ ସଂକ୍ଷିପ୍ତ ଉସôବରେ ବାଚସ୍ପତି  ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପବାଚସ୍ପତି  ଭବାନୀ ଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ବାବୁ ସିଂ, ଗଣେଶ୍ୱର ବେହେରା ଓ ପ୍ରକାଶ ଚନ୍ଦ୍ର ସେଠୀ, ଉକôଳ ସମ୍ମିଳନୀର କର୍ମକର୍ତ୍ତା, ପୂଜ୍ୟପୂଜା ସଂସଦର ସଭାପତି ପ୍ରଦୁ୍ୟମ୍ନ ଶତପଥି, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିଦେ୍ର୍ଦଶକ ଡ. ତି୍ରବିକ୍ରମ ପ୍ରଧାନ ପ୍ରମୁଖ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ  । 
ଏହି ଅବସରରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ବିଧାନସଭାର ଗବେଷଣା ଶାଖା ପକ୍ଷରୁ ସଂକଳିତ ପୁସ୍ତକ "ସ୍ପିଚେସ ଅଫ ଫାଇନାନ୍ସ ମିନିଷ୍ଟର ଅଫ ଓଡିଶା ଫ୍ରମ ୨୦୨୨ ରୁ ୨୦୨୫-୨୬’କୁ ଉନ୍ମୋଚନ କରିଥିଲେ  । ୧୯୩୬ ମସିହା ଅପ୍ରେଲ ପହିଲାରେ ବ୍ରିଟିଶ ଶାସନାଧୀନ ଭାରତ ବର୍ଷରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଓଡିଶା ଶାସନଗତ କ୍ଷମତା ହାସଲ କରିଥିଲା  । ସ୍ୱତନ୍ତ୍ର ଓଡିଶାର (ପ୍ରାକ୍-ସ୍ୱାଧୀନତା) ପ୍ରଥମ ବିଧାନସଭା ୧୯୩୬ ମସିହାଠାରୁ ୨୦୨୦-୨୧ ମସିହା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବିଧାନସଭାରେ  ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ ଅଭିଭାଷଣ ଗବେଷଣା ଉପବିଭାଗ ଦ୍ୱାରା ସଂଗ୍ରହ କରାଯାଇ ପୁସ୍ତକର ଅଷ୍ଟମ ଖଣ୍ଡ (ଅଷ୍ଟମ ସଂସ୍କରଣ) ପ୍ରକାଶିତ ହୋଇଛି  । ଏହି ପରିପ୍ରେକ୍ଷୀରେ ୨୦୨୧-୨୨ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ନବମ ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି  । କାର୍ଯ୍ୟକ୍ରମ ଶେଷରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଅବିନାଶ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।