ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ାା ପ୍ରଭାନୁ୍ୟଜ୍ ।ା ବୁଗୁଡା: ବଙ୍ଗୋପ ସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ଦାନା' ପ୍ରଭାବରେ ବର୍ଷା ଓ ପବନ ଦ୍ୱାରା ଫସଲ ହାନିର ଆଶଙ୍କା କରି ବୁଗୁଡା ଅଞ୍ଚଳର ଚାଷୀକୁଳ ଆତଙ୍କିତ ହୋଇପଡିଥିବା ବେଳେ ସେଭଳି କୌଣସି କ୍ଷୟକ୍ଷତି ନଘଟିବା ସାଙ୍ଗକୁ ଫସଲ ପାଇଁ ଆବଶ୍ୟକ ଥିବା ବର୍ଷା ଯୋଗୁଁ ସେମାନେ ଆଶ୍ୱସ୍ତି ଲାଭ କରିଥିବା ଜଣାଯାଇଛି । ବାତ୍ୟା ପ୍ରଭାବରୁ ଆଜି ବଡି ସକାଳୁ ହିଁ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଅନବରତ ଲାଗି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ବିଭିନ୍ନ କାର୍ଯ୍ୟାଳୟ ସମେତ ବସଷ୍ଟାଣ୍ଡ ଓ ବଜାର ଆଦି ସ୍ଥାନରେ ଲୋକଙ୍କ ଗହଳି ଚହଳି ନଥିଲା । ରାସ୍ତାଘାଟରେ ମଧ୍ୟ ବହୁଳ ଲୋକଙ୍କ ଯାତାୟାତ ଦେଖିବାକୁ ମିଳିନଥିଲା  । ବାତ୍ୟା ଜନିତ ବିପର୍ଯ୍ୟୟର ସାମନା କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବାବେଳେ ଅଞ୍ଚଳବାସୀ ସେଭଳି କୌଣସି ବିପର୍ଯ୍ୟୟର ସମ୍ମୁଖୀନ ହୋଇନଥିବା ଜଣାପଡ଼ିିଛିି । 
ବୈଶିଙ୍ଗା: ବାତ୍ୟା "ଦାନା' ପାଇଁ ପାଣିପାଗ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା । ବାତ୍ୟାର ଗତିପଥକୁ ଲକ୍ଷ୍ୟ କରି ଓରେଞ୍ଜ୍ ୱାର୍ଣ୍ଣିଂ ସୂଚନା ଦିଆଯାଇଥିଲା । ବାତ୍ୟା ଲ୍ୟାଣ୍ଡ ଫଲ କରି ସକାଳ ସୁଦ୍ଧା ସ୍ଥଳ ଭାଗରେ ପ୍ରବେଶ କରି ଦୁର୍ବଳ ହୋଇଯାଇଥିଲା  । ମାତ୍ର ଦିନ ତମାମ ବୈଶିଙ୍ଗା ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିଛି । ଫଳରେ ଲୋକମାନଙ୍କ ଚଳପ୍ରଚଳ କମ ରହିଥିଲା । ବିଡିଓଙ୍କ ସୂଚନା ଅନୁଯାଇ ୪୫ଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ଛଅ ହଜାର ଲୋକଙ୍କ ପାଇଁ ରହିବା ଖାଇବା ବ୍ୟବସ୍ଥା କରାଯାଇଥିଲା  । ଆଜି ସେଥି ମଧ୍ୟରୁ ୩୯ଟି ଆଶ୍ରୟ ସୁଳୀରେ ପାଞ୍ଚ ହଜାର ଲୋକ ରହିଛନ୍ତି  । ସେହିପରି ଆଜି ୧୮ନଂ ଜାତୀୟ ରାଜପଥର ଖଇରବଣୀ ଠାରେ ବଡ ଆକାଶିଆ ଗଛ ଓ ବାଉଁଶଝାଡ଼ ରାସ୍ତା ଉପରେ ପଡି ରହିଥିଲା  । ଖବର ପାଇ ଥାନାଧିକାରୀ ତପନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଓଡ୍ରାଫ୍ ଟିମ୍ଙ୍କ ସହାୟତାରେ ଗଛକାଟି ଅବରୋଧ ହଟାଇଥିଲେ  ।
        ବାତ୍ୟା "ଦାନା'ର ପରିସ୍ଥିତି ଓ ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ବରିଷ୍ଠ ଆଇଏଏସ ଅଧିକାରୀ ବିନୀତ ଭରଦ୍ୱାଜଙ୍କୁ ମୟୂରଭଞ୍ଜରେ ଦାୟିତ୍ୱ ଦିଆଯାଇଥିଲା । ସେ ରାତି ତମାମ ବିଭିନ୍ନ ଆଶ୍ରୟ ସ୍ଥଳୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବାତ୍ୟାଭୟ ଚାଲିଯିବା ପରେ ସନ୍ଧ୍ୟାରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରି କ୍ଷୟ କ୍ଷତିର ଆକଳନ ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । ମୟୂରଭଞ୍ଜର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବୁଢାବଳଙ୍ଗରେ ଆସନ୍ନ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା । ଏଥିପାଇଁ ତଳି ଅଞ୍ଚଳରେ ଥିବା ଲୋକଙ୍କୁ ଶାଳଗାଁ ଓ ବେଲାଣପୁରା ବାତ୍ୟା ଆଶ୍ରୟ ସ୍ଥଳୀରେ କିପରି ପହଞ୍ଚିପାରିବେ ସେଥିପାଇଁ ବେତନଟୀ ବିଡିଓ ଏବଂ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । କୃଷି ବିଭାଗର ଆକଳନ କରାଯାଇନଥିଲେ ମଧ୍ୟ କେତେକ ଚାଷୀଙ୍କ ଅଭିଯୋଗ ଅନୁଯାଇ ଧାନ ଚାଷ ବହୁମାତ୍ରାରେ କ୍ଷତି ହୋଇଥିବା ଜଣାଯାଇଛି  । ତୁରନ୍ତ କୃଷି ବିଭାଗ ଓ ରାଜସ୍ୱ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି  । 
ସୋର: ବାତ୍ୟା ଦାନା ପ୍ରଭାବରେ ସୋର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ରାତିରୁ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ଆରମ୍ଭ ହୋଇଥିଲା । ପବନର ବେଗ ଅଧିକ ଥିବାରୁ ପୌର ପାଳିକାରେ ବଡ଼ ବଡ଼ ଗଛ ଉପୁଡି ରାସ୍ତାରେ ପଡି ରାସ୍ତା ଅବରୋଧ କରିଥିଲା । ଗ୍ରାମାଞ୍ଚଳର ମୁଳକାୟଦା ଓ ଛତରା ଗ୍ରାମରେ ଦୁଇଟି ଘର ଉପରେ ଗଛ ପଡି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ଗଛ କାଟିବା ପାଇଁ ଏନଡିଆରଏଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ଏହି ବାତ୍ୟାରେ ବିଦୁ୍ୟତ ବିଭାଗର ବହୁ କ୍ଷୟକ୍ଷତି ହୋଇଛି । କ୍ଷୀରକୋଣୀ ଗ୍ରାମରେ ଟ୍ରାନ୍ସଫର୍ମର ସମେତ ବିଦୁ୍ୟତ ଖୁଣ୍ଟ ମାନ ଉପୁଡି ପଡ଼ିଥିବା ଦେଖାଯାଇଛି । ବିଦୁ୍ୟତ ତାର ଉପରେ ଗଛ ପଡି ତାର ଛିଣ୍ଡିଯିବା ସହିତ ବିଦୁ୍ୟତ ଖୁଣ୍ଟ ଉପୁଡି ପଡିଛି । ଏହାକୁ ମରାମତି କରିବା ପାଇଁ ବିଦୁ୍ୟତ ବିଭାଗର କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି । ସେହିପରି ସୋରର ବିଭିନ୍ନ ଅଞ୍ଚଳରେ ଗଛ  ପଡ଼ି ରହିଛି ବୋଲି ସୂଚନା ମିଳିଛି । ଏହାକୁ ଓଡ୍ରାଫ ଓଅଗ୍ନିଶିମ ବାହିନୀ ପକ୍ଷରୁ ହଟାଯାଉଛି ବୋଲି ଖବର ମିଳିଛି ।