ବିଜେଡି ମୋତେ ଧୋକା ଦେଇଛି : ଛାତ୍ର ନେତା ହରିଶଙ୍କର

ବିଜେଡି ମୋତେ ଧୋକା ଦେଇଛି :  ଛାତ୍ର ନେତା ହରିଶଙ୍କର

ଭୁବନେଶ୍ୱର: ଛାତ୍ର ବିଜେଡି ସଭାପତି ଚୟନକୁ ନେଇ ସଂଗଠନ ଭିତରେ କନ୍ଦଳ ଦେଖାଯାଇଛି। ଛାତ୍ର ବିଜେଡି ନେତା ହରିଶଙ୍କର ରାଉତ ଦଳ ଧୋକା ଦେଇଥିବା କହିଛନ୍ତି। ହରିଶଙ୍କର କହିଛନ୍ତି,୨୦୧୭, ୨୦୨୦, ୨୦୨୫ରେ କହିଲେ ସଭାପତି କରିବୁ, କଲେ ନାହିଁ। ଏବେ କହୁଛନ୍ତି ନିଷ୍ପତ୍ତି କିଏ ନେଇଛି ଆମେ ଜାଣିନୁ। ଦଳର ନିଷ୍ପତ୍ତି ବୋଧହୁଏ ଆଉ କିଏ ନେଉଛି। ବ୍ୟୋମକେଶଙ୍କୁ ପଚାରିବାରୁ ସେ କହିଲେ ମୁଁ ଜାଣିନାହିଁ ନିଷ୍ପତି କିଏ ନେଇଛି। ନବୀନ ବାବୁଙ୍କୁ ଦେଖାକରିବା ପାଇଁ ମଧ୍ୟ ସୁଯୋଗ ନାହିଁ । ଏତେ ବର୍ଷ ଦଳରେ କାମ କରି ସଭାପତିଙ୍କୁ ଦେଖା କରିପାରୁନାହିଁ। ଦଳର ନିଷ୍ପତ୍ତି ବର୍ତ୍ତମାନ କିଏ ନେଉଛି, ତାହା ସମସ୍ତଙ୍କୁ ଜଣାପଡ଼ଛି। ରାଜ୍ୟରେ ଛାତ୍ର ସଂଗଠନ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ସଭାପତି ଚୟନ କରିଥିଲା। ଯୁବନେତ୍ରୀ ଇପ୍ସିତା ସାହୁଙ୍କୁ ଏହି ଦାୟିତ୍ୱ ଦେଇଥିଲା। ଏଥି ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନ୍ୟ ୪ ଜଣ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ୱ ଦେଇଥିଲେ। ସେମାନେ ହେଲେ ଦେବେଶ ଆଚାର୍ଯ୍ୟ, ଦେବୀ ରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ବାଳ। ସେହିପରି ଚିନ୍ମୟ ସାହୁଙ୍କୁ ବିଜେଡି ସୁପ୍ରିମୋ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତି କରାଯାଇଥିଲା। ଏହି ଘୋଷଣା ପରଠାରୁ ବିଜେଡି ଛାତ୍ର ନେତାଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଦେଖାଯାଇଛି।