ଗୋରୁ ଚମଡା ଗାଡିକୁ ଧରି ପୁଲିସ୍ ଜିମା ଦେଲେ ଅଞ୍ଚଳବାସୀ


 ସାଲେପୁର  : ଆଜି ମଧ୍ୟାହ୍ଣରେ ଏକ ପିକ୍ଅପ ଭ୍ୟାନ୍୍ରେ ଗୋରୁ ଚମଡା ବୋଝେଇ କରି ସାଲେପୁର ଅଭିମୁଖେ ଆସୁଥିବା ବେଳେ କେନ୍ଦୁପାଟଣା ଛକ ନିକଟରେ ସ୍ଥାନୀୟ ଲୋକେ ଓ ବଜରଙ୍ଗୀ ଦଳ କର୍ମୀମାନେ ପିକ୍ଅପ ଭ୍ୟାନ୍ ଅଟକାଇ ସାଲେପୁର ପୋଲିସ ଜିମା ଦେବା ସହ ଡ୍ରାଇଭରକୁ ମଧ୍ୟ ପୋଲିସ ଜିମା ଦିଆଯାଇଛି । ସାଲେପୁର ପୋଲିସ ଚମଡା ବୋଝୋଇ ପିକ୍ଅପ ଭ୍ୟାନ୍କୁ ଜବତ କରିବା ସହ ଚାଳକକୁ ଅଟକ ରଖିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ଅପରାହ୍ଣରେ ଏକ ପିକ୍ଅପ ଭ୍ୟାନ୍ ନଂ-ଓ.ଡି.୦୫ ଏ.ଡବ୍ଲୁ ୬୫୬୨ଟି ଗୋରୁ ଚମଡା ଭର୍ତ୍ତି କରି କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିବା ବେଳେ କେନ୍ଦୁପାଟଣା ଛକ ନିକଟରେ ସ୍ଥାନୀୟ ଲୋକେ ଓ ବଜରଙ୍ଗୀ ଦଳ କର୍ମୀମାନେ ଗାଡିଟିକୁ ଅଟକାଇ ସାଲେପୁର ପୋଲିସ ଜମା ଦେଇଥିବା ଜଣାଯାଇଛି । ସାଲେପୁର ପୋଲିସ ଚମଡା ବୋଝେଇ ଗାଡିଟିକୁ ଜବତ କରିବା ଶହ ଚାଳକକୁ ଅଟକ ରଖିଥବା ଜଣାଯାଇଛି ।