ବିଜେଡ଼ିକୁ କ୍ରସ୍ ଭୋଟିଂ ଓ କନ୍ଦଳ ଡର
ଭୁବନେଶ୍ୱର: ୨୦୧୨ ଅଗଷ୍ଟ ୫ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ଅନୁପସ୍ଥିତ ରହିବା ନେଇ ଘୋଷଣା କରିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ସେପ୍ଟେମ୍ବର ୮, ବିଜେଡ଼ି ଅନୁପସ୍ଥିତ ରହିବ ବୋଲି ନବୀନ ବାବୁ ଦଳର ସାଂସଦମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ନିଜେ ଘୋଷଣା ନକରି ବିଜେଡ଼ି ସଂସଦୀୟ ଦଳ ନେତାଙ୍କ ଦ୍ୱାରା ନିଷ୍ପତ୍ତି ଜଣାଇଲେ । ବିଜେଡ଼ିର ଅନୁପସ୍ଥିତି ନିଷ୍ପତ୍ତି ପରେ ସ୍ୱାଭାବିକ ଭାବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତଥର ଏନଡ଼ିଏକୁ ସମର୍ଥନ କରିଥିବା ନବୀନ ଏଥର ଅନୁପସ୍ଥିତି ଗୋଟି କାହିଁକି ଚଳାଇଲେ ?
ବିଜେଡ଼ିର ରାଜନୀତିକ ଇତିହାସକୁ ଦେଖିଲେ, ନବୀନ ବାବୁ ଯେତେବେଳେ ଅକଳରେ ପଡ଼ନ୍ତି, ବିଜେଡ଼ିରେ ବିଦ୍ରୋହର ସ୍ୱର ଶୁଣନ୍ତି ସେତେବେଳେ ଅନୁପସ୍ଥିତର ନାଟକ ରଚନ୍ତି । ୨୦୧୨ ମେ’ରେ ପ୍ୟାରୀ ମୋହନ ମହାପାତ୍ର ବିଦ୍ରୋହ କରିଥିଲେ । ପ୍ୟାରୀ ବିଜେଡ଼ିରେ ବିଭାଜନ କରିପାରନ୍ତି ବୋଲି ଗୋଟେ ଧାରଣା ବି ସୃଷ୍ଟି ହୋଇଥିଲା । ସେହି ସମୟରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ମେଣ୍ଟ ପକ୍ଷରୁ ଯଶୱନ୍ତ ସିଂ ଓ ଉପା ମେଣ୍ଟ ପକ୍ଷରୁ ହମିଦ୍ ଅନସାରୀ ପ୍ରାର୍ଥୀ ହୋଇଥିଲେ । ସେତେବେଳେ ବିଜେଡ଼ିର ରାଜ୍ୟସଭା ଓ ଲୋକସଭାରେ ୨୧ ସାଂସଦ ଥିଲେ । ଏଭି ସ୍ୱାମୀ ସ୍ୱାଧୀନ ସାଂସଦ ଥିବାବେଳେ ପ୍ୟାରୀବାବୁ ଦଳରୁ ବିତାଡ଼ିତ ହୋଇଥିଲେ । ସେତେବେଳେ ବିଭାଜନର ଡର ଥିବାବେଳେ ବିଜେପି ଓ କଂଗ୍ରେସ ଠାରୁ ନବୀନ ସମଦୂରତା ରକ୍ଷା କରିବାକୁ ଚିନ୍ତା କରିଥିଲେ । ତେଣୁ ଦଳ ଉପରାଷ୍ଟ୍ରପତି ନିର୍ବାଚନରେ ଅନୁପସ୍ଥିତ ରହିଥିଲା ।
୨୦୧୭ ଉପରାଷ୍ଟ୍ରପତି ନିର୍ବାଚନ ବେଳକୁ ନବୀନ ଉପା ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଘୋଷଣା କରିଥିଲେ । ଯେତେବେଳେକି ଏନଡ଼ିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ବଡ଼ ବ୍ୟବଧାନରେ ଜିତିବେ ବୋଲି ସମସ୍ତେ ଜାଣିଥିଲେ ।