ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ

ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାରାଜ କଂସଙ୍କ ନିମନ୍ତ୍ରଣ ପାଇବା ପରେ ଆଜି ସେଠାକୁ ଯିବେ ମୁଖ୍ୟମନ୍ତ୍ରୀ । ହେଲିକପ୍ଟରରେ ଭୁବନେଶ୍ୱର ବିମାନବନ୍ଦରରୁ ଝାରସୁଗୁଡ଼ା ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ବରଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି।

ଧନୁଯାତ୍ରାକୁ ଏଥର ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ସହ ଯାତ୍ରାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ଆସିବେ ବୋଲି ସେ କହିଥିଲେ।  ସେହିପରି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏ ଯାତ୍ରା ବରଗଡ଼ର ଅସ୍ମିତାର ଯାତ୍ରା, କୃଷକ ଓ ବୁଣାକାରଙ୍କ ଯାତ୍ରା। ଯାତ୍ରାକୁ ମାନ୍ୟତା ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ଓ ସ୍ଥାୟୀ ଗେଟ୍‌ ନିର୍ମାଣ ହୋଇଛି। ଆଗକୁ ସ୍ଥାୟୀ ରାଜ ଦରବାର କରିବାକୁ ଯୋଜନା ଥିବା କହିଛନ୍ତି। ବିଧାୟକ ଶ୍ରୀ ମହାନନ୍ଦ ଧାନରେ ସରକାର ୮୦୦ ଟଙ୍କା ବୋନସ୍‌ ଦେଇଛନ୍ତି ଓ ଧନୁଯାତ୍ରାରେ ମଧ୍ୟ ସହାୟତା କରିଛନ୍ତି। କଳାକାରଙ୍କଠାରୁ ନେଇ ସମସ୍ତଙ୍କ ପାଇଁ ଏ ସରକାର ଏଥର ପଦକ୍ଷେପ ନେଇଥିବା କହିଥିଲେ। ବିଧାୟକ ଶ୍ରୀ ଗଡ଼ତ୍ୟା ସରକାର ପରିବର୍ତ୍ତନ ହେବାପରେ ଏଥର ଯାତ୍ରାରେ ଅନେକ ପରିବର୍ତ୍ତନ ହୋଇଛି ବୋଲି କହିଥିଲେ। ମହୋତ୍ସବ ସମିତି ସଭାପତି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ୱାଗତ ଭାଷଣ ଦେବା ସହ ଏହା ଏକତାର ଯାତ୍ରା ବୋଲି କହିଥିଲେ।