ଯୁବକଙ୍କୁ ମାଡ, ଥାନାରେ ଅଭିଯୋଗ
ରାଜନଗର : ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ଖିରକୋଟ ଗ୍ରାମର ସୁବାଷ ସ୍ୱାଇଁଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୁଲିସ ଉପସ୍ଥିତିରେ ମାଡ ହୋଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି । ସୁବାଷଙ୍କ ଅଭିଯୋଗ ଅନୁଯାୟୀ, ସେ ବୁଧବାର ଦିନ ଭୁବନେଶ୍ୱରରୁ ନିଜ ଗାଁକୁ ଫେରୁଥିବା ବେଳେ ଦିନ ପ୍ରାୟ ୧୧ଟା ୩୦ମି. ସମୟରେ ମଦନପୁର କଲେଜ ଛକ ନିକଟରେ ଲୋକଗହଳି ଥିଲା । ରାସ୍ତା ଅତିକ୍ରମ କରିନପାରି ଗାଡି ହର୍ଣ୍ଣ ବଜାଇ ଆସୁଥିବା ବେଳେ ସେଠାରେ ଥିବା ଫିରିକିଦାଣ୍ଡି ଗ୍ରାମର ରାହାସବିହାରୀ ଜେନା, ଦିଲ୍ଲୀପକୁମାର ବେହେରା, ପ୍ରମୋଦ ବେହେରା, ମଦନପୁର ଗ୍ରାମର ପର୍ଶୁରାମ ବେହେରା, ପ୍ରମୋଦକୁମାର ବେହେରା ଓ ସରୋଜ ନାଥ, ବନ୍ଧପଡା ଗ୍ରାମର କାହ୍ନା ବିଶ୍ୱାଳ ପ୍ରମୁଖଙ୍କ ସହ କିଛି ବ୍ୟକ୍ତି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଗୋଇଠା ମାରିବା ସହ କାଠଫାଳିଆରେ ବାଡେଇଥିଲେ । ସେମାନେ ଗୁଣ୍ଡା ଶ୍ରେଣୀର ଲୋକ ହୋଇଥିବାରୁ ଜୀବନ ପ୍ରତି ବିପଦ ରହିଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।