ନିର୍ବାଚନ ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ


 ରାଜକନିକା: ପୂର୍ବ କନିକାର ୫ ପଞ୍ଚାୟତରେ କେନ୍ଦ୍ରୀୟ ପୁଲିସ ବଳ ଓ ରାଜକନିକା ପୁଲିସ ପକ୍ଷରୁ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ରାଜକନିକା ଥାନା ଅଧିକାରୀ ଦିଲୀପ ଧଳଙ୍କ ନେତୃତ୍ୱରେ ପୂର୍ବ କନିକାର ଶାସନ ଗ୍ରାମରୁ ଏହି ଫ୍ଲାଗ ମାର୍ଚ୍ଚ ଆରମ୍ଭ କରାଯାଇ ମଲି ସାହାଡ଼ା, ଲୁହାର ମଇ, ଜୟନଗର ଆଦି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯିବା ସହ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଓ ସାଧାରଣ ଭୋଟର ମାନଙ୍କ ମଧ୍ୟରେ ବିଶ୍ୱାସ ଓ ନିରପେକ୍ଷ ମତଦାନ ପାଇଁ ଏହି ଫ୍ଲାଗ ମାର୍ଚ୍ଚ କରାଯାଉଥିବା ସୂଚନା ରହିଛି । ଏହା ସହିତ ସମ୍ବେଦନଶିଳ ଓ ଅତି ସମ୍ବେଦନଶୀଳ ବୁଥ ଅଞ୍ଚଳରେ ଏହି ଫ୍ଲାଗ ମାର୍ଚ୍ଚକୁ ପର୍ଯ୍ୟାୟକ୍ରମେ କଡାକଡି କରାଯିବ ବୋଲି ସୂଚନା ମିଳିଛି ।
ଏରସମା: କୁଜଙ୍ଗ ପୁଲିସ ପକ୍ଷରୁ ବାଲିତୁଠ ବଜାରରେ ଜୋରଦାର ଫାଲଗ ମାର୍ଚ୍ଚ କରାଯାଇଛି । କୁଜଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସଙ୍କ ନେତୃତ୍ୱରେ ବାଲିତୁଠ ବଜାର ପରିସରରେ ୫ ପ୍ଲାଟୁନ ଫୋର୍ସ ଓ ପୁଲିସ ମିଳିତ ଭାବରେ ବାଲିତୁଠ ବଜାରରେ ଫ୍ଲାଗ ମାର୍ଚ୍ଚ କରାଯାଇ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ସାଧାରଣ ଜନତାଙ୍କ ସହିତ ପୁଲିସ ସବୁବେଳେ ରହିଥିବାର ବିଶ୍ୱାସ ଏହି ଫ୍ଲାଗ ମାର୍ଚ୍ଚର ମୂଳ ଲକ୍ଷ ବୋଲି କୁଜଙ୍ଗ ଥାନାଧିକାରୀ ରଶ୍ମି ରଞ୍ଜନ ଦାସ କହିଥିଲେ ।