୩ ବାଲି ବୋଝେଇ ହାଇୱା ଜବତ
କାକଟପୁର : ବେଆଇନ ଭାବରେ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ କାକଟପୁର ଥାନା ପୁଲିସ ୩(ତିନି) ଗୋଟି ହାଇୱା ବା ଟିପ୍ପର ଗାଡି ଜବତ କରିଛି । ଏ ସଙ୍କ୍ରାନ୍ତରେ କାକଟପୁର ଥାନାରେ ତିନି ଗୋଟି କେସ କରାଯାଇ ତିନି ଗୋଟି ଗାଡିକୁ ଅଟକ କରାଯାଇଛି । କାକଟପୁର ଥାନା କେସ ନମ୍ବର -୨୧୬/୨୫,୨୧୭/୨୫,୨୧୮/୨୫ ଟ/ଝ-୩୦୩(୨)/୩(୫) ବିଏନଏସଆରଡବ୍ଲୁ୍ୟ ଏସଇସି- ୧୨ ଓଏମପିଟିଏସ ଆକ୍ଟ ୧୯୮୯/ ୫୧(୧) ୨୦୦୪ ପଞ୍ଜିକୃତ କରାଯାଇ ତଦନ୍ତ ଚାଲୁ ରହିଛି । ଆଜିର ଏହି ଚଢ଼ାଉ ରେ କାକଟପୁର ଥାନା ଆଇଆଇସି ବସନ୍ତ ସାହୁ, ଏସଆଇ ପ୍ରିୟଦର୍ଶିନୀ ବରାଳ ଏବଂ ଏଏସଆଇ ପ୍ରମୋଦ କୁମାର ସେଠୀ ପ୍ରମୁଖ ସାମିଲ ଥିଲେ ।