ଶ୍ରୀମନ୍ଦିର କ୍ୟାଲେଣ୍ଡରେ ତ୍ରୁଟି : ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ପ୍ରଶାସକ
ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ଏହା ଏକ ୩୦୦-୪୦୦ ବର୍ଷର ପୁରାତନ ତାଳପତ୍ର ଚିତ୍ର । ଯାହା ଏବେ ରାଜ୍ୟ ସଂଗ୍ରହାଳୟରେ ରାଖାଯାଇଛି । ଆମେ ଶିଳ୍ପୀଙ୍କ ଦ୍ୱାରା ପ୍ରଦତ୍ତ ଚିତ୍ରକୁ କେବଳ କ୍ୟାଲେଣ୍ଡରରେ ସ୍ଥାନିତ କରିଛୁ । ଏ ଚିତ୍ରଟି ଶିଳ୍ପୀଙ୍କ କ୍ରିଏଟିଭିଟି ବୋଲି ସେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ନୂତନ ବର୍ଷର କ୍ୟାଲେଣ୍ଟରେ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା । କ୍ୟାଲେଣ୍ଡରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ସ୍ଥାନିତ ପାଇଥିଲା । ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଥିଲା ।
Samir Kumar Rout