ମୋକିମଙ୍କୁ ହାଇକୋର୍ଟ ଝଟକା
cuttack politics

ଭୁବନେଶ୍ୱର : ଓଏଚଆରଡ଼ିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା ଲାଗିଛି । ନିମ୍ନ ଅଦାଲତ ରାୟଙ୍କୁ ହାଇକୋର୍ଟ କାଏମ ରଖିଛନ୍ତି । ନିମ୍ନ ଅଦାଲତ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ଏହାକୁ ଖାରଜ କରିବାକୁ ମୋକିମ ଆବେଦନ କରିଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ହାଇକୋର୍ଟଙ୍କ ଏହି ରାୟ ମୋକିମଙ୍କୁ ଅକଳରେ ପକାଇ ଦେଇଛି । ବାରବାଟୀ-କଟକ ପାଇଁ ଏଯାଏଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ସେଠାରେ ମୋକିମଙ୍କ ଝିଅ ବି ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି ।