ବିଜେପିର ମାରାଥନ ପ୍ରଚାର

ବିଜେପିର ମାରାଥନ ପ୍ରଚାର


 ଆନନ୍ଦପୁର : ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀ ୩୬ନଂ ଜୋନରେ ମାରାଥନ ପ୍ରଚାର କରିଛନ୍ତି । ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଏବଂ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ମିଳିତ ଭାବେନିର୍ବାଚନୀ ପ୍ରଚାର କରି ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ୁଥିବା ବିଜେପିକୁ ଜିତାଇବାକୁ ନିବେଦନ କରିଥିଲେ ।  ତରତରା ଛକରୁ ବାହାରି ଦଧିବାମପୁର, ଅକରୁଆ, ଭାତକୁରା, ବଞ୍ଚୋ, ଶିବନାରାୟଣପୁର, ପଞ୍ଚୁଗୋଛିଆ, ମୁଗୁପୁର, ସୁଲଣ, ଜଳସରପୁର, ଆବୁଲପୁରା, ବିରିଡି, ଅଣତିରା, ଆମ୍ବୋ, ଲାଇଛନପୁର, କରଗଲା, ତେଲସିଙ୍ଗା, ଗିରୀଗାଁ, ସଂଖୋ, ଟୁକୁଣା, ରମ୍ପାସ, ଇଞ୍ଚଳ, ଖେତୁଆଳି, ଓରାଳୀ, କରଞ୍ଜପଡ଼ି, ଜାମିତିର, ଅଁରା, ଦେଇ ବେଳବନ୍ଧରେ ଯାଏ ଶୋଭାଯାତ୍ରାରେ ଯାଇ ପ୍ରଚାର କରିଥିଲେ ।