କୋଲଟାର କାରଖାନା ପାଇଁ ହେବ ଜନଶୁଣାଣି : ଯଖପୁରା ଅଞ୍ଚଳରେ ଭାଳେଣି 

ଯାଜପୁର-ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳରେ କ୍ଷୁଦ୍ର-ମଧ୍ୟମ ଶିଳ୍ପର ଭବିଷ୍ୟତ ଅନ୍ଧକାର ଭିତରେ ଗତି କରୁଥିବା ବେଳେ ଯଖପୁରା ଅଞ୍ଚଳରେ କୋଲ୍ଟାର ଡିଷ୍ଟିଲେସନ୍ କାରଖାନା ସ୍ଥାପନ ପାଇଁ ଚଳିତ ମାସ ୨୮ତାରିଖରେ ହେବ ଜନଶୁଣାଣୀ । କୋଲଟାର କାରଖାନା ଯଖପୁରା ଅଞ୍ଚଳରେ ହେବାକୁ ଯାଉଥିବାର ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଭାଳେଣି ପଡ଼ିଯାଇଛି । ଜନଶୁଣାଣୀକୁ ବିରୋଧ ପାଇଁ କେତେକ ସଜବାଜ ହେଉଥିବା ବେଳେ ଜନଶୁଣାଣୀ ସଫଳ କରିବାକୁ ନିିଦ୍ଧିଷ୍ଟ ଗୋଷ୍ଠି ଲାଗିପଡ଼ିଛନ୍ତି । ଖବର ମତେ ସାନଭିରା ଇଣ୍ଡଷ୍ଟି୍ରଜ୍ର ସହାୟକ କମ୍ପାନୀ ମେସର୍ସ ସିରିୟସ ସ୍ପେଶାଲିଟ୍ କେମିକାଲ ଜଖପୁରା ମୈାଜାରେ୨ଲକ୍ଷ ଟିପିଏ କ୍ଷମତା ବିଶିଷ୍ଟ କୋଲ୍ଟାର ଡିଷ୍ଟିଲେସନ୍ କାରଖାନା କରିବାକୁ ସରକାରଙ୍କୁ ଆବେଦନ କରିବା ପରେ ପରିବେଶୀୟ ମଞ୍ଜୁରୀ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରାଳୟଙ୍କ ନିର୍ଦେଶ କ୍ରମେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଚଳିତବର୍ଷଏପ୍ରିଲ୍ ୨୪ରେ ଚଳିମାସ ୨୮ତାରିଖରେ ଜନଶୁଣାଣୀ କରାଯିବ ବୋଲି ଚିଠି ନମ୍ବର-୮୨୦୭ରେ ବିଜ୍ଞପ୍ତି ଜାରୀ କରିଥିଲେ । ଜନଶୁଣାଣୀ ତାରିଖ ପାଖେଇ ଆସୁଥିବା ବେଳେ କୋଲଟାର କାରଖାନା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଲୋକଙ୍କ କହିବା କଥା କୋଲ୍ଟାର ଡିଷ୍ଟିଲେସନ୍ କାରଖାନାର କ୍ୟାସିନୋ ଜେନେସିଟି ପରିମାଣ ଅଧିକ ରହୁଥିବାରୁ ଏହା ସର୍ବାଧିକ ଜଳ ଓ ବାୟୁ ପ୍ରଦୂଷିତ ହେବ । କାରଖାନାରୁ ଅତି ମାରାତ୍ମକ ଗ୍ୟାସ୍ ନିର୍ଗତ ହେବାର ଥିବାରୁ ମାରାତ୍ମକ କ୍ୟାନସର ରୋଗ ଅଞ୍ଚଳରେ ବ୍ୟାପିବ । ଚର୍ମ କ୍ୟାନସର, ଲଙ୍ଗ୍ କ୍ୟାନ୍ସର, ବ୍ଲଡର୍ କ୍ୟାନ୍ସର, କିଡିନି କ୍ୟାନସର, ଡାଇଜେଷ୍ଟିଭ୍ ଟ୍ରାକ୍ କ୍ୟାନସର ବ୍ୟାପିବ । ସ୍ଥାନୀୟ ଅଂଚଳର ଉଭୟ ଜଳ ଏବଂ ବାୟୁ ମଣ୍ଡଳ ଆହୁରି ବିଷମୟ ହୋଇ ଉଠିବ । ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି ।୨୮ତାରିଖ  ଦାନଗଦୀ ଭବନ ଠାରେ ହେବାକୁ ଥିବା ଜନଶୁଣାଣୀକୁ ଅଞ୍ଚଳବାସୀ କେତେ ବିରୋଧ କରୁଛନ୍ତି, କେତେ ସମର୍ଥନ ତାହା ଦେଖିବାର ଅଛି ।