ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟ
ବରୀ: ବରୀ ବ୍ଳକ୍ ଚୂଡ଼ାକଳ ଛକଠାରେ ବରୀ ଉଦ୍ୟାନ ବିଭାଗ ପକ୍ଷରୁ ରିହାତି ଦରରେ ଆଳୁ ବିହନବଣ୍ଟନ କରାଯାଇଛି । ୨୯ଟି ପଞ୍ଚାୟତର ଚାଷୀମାନଙ୍କୁ ୫ଶହବସ୍ତା ଆଳୁ ବିହନ ବଣ୍ଟନ କରାଯାଇଥିଲା । ‘କୁଫ୍ରି ଜ୍ୟୋତି କିସମର ଏହିବିହନ ଆସାମ (ଗୁ ହାଟି)ରୁ ଆସିଛି । ୫୦ କିଲୋ ବସ୍ତା ପ୍ରତି ୧ହଜାର ଟଙ୍କା ଦରରେଚାଷୀମାନଙ୍କୁ ଆଳୁ ବିହନ ବିକ୍ରି କରାଯାଉଛି । ଏଥିରୁ ୫ଶହ ଟଙ୍କାର ରିହାତିଚାଷୀମାନଙ୍କ ଆକାଉଣ୍ଟକୁ ଆସିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭଶ୍ରୀ ଶୁଭ ଦର୍ଶିନୀ, ଉଦ୍ୟାନ ବିଭାଗ କର୍ମଚାରୀ ମୋନାଲିସା ଅଧିକାରୀ ଉଦ୍ୟାନସାଥୀ ଜତିଶ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।