କର୍ମଚାରୀ ସ୍ୱେଚ୍ଛାସେବା ଜରିଆରେ ଗୋଷ୍ଠୀ ସୁରକ୍ଷା ବୃଦ୍ଧି କରୁଛି ଟାଟା ଷ୍ଟିଲ୍

କାଳିଆପାଣି : ଗୋଷ୍ଠୀ ସଶକ୍ତିକରଣ ଓ ସୁରକ୍ଷା ଦିଗରେ ଆଉ ଏକ ପଦେକ୍ଷପ ଗ୍ରହଣ କରି ଟାଟା ଷ୍ଟିଲ ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ୍ର କମର୍ଚାରୀ । ସୁକିନ୍ଦା କ୍ରୋମାଇଟ ଖଣି ପରିସରରେ ସ୍କୁଲ ଛାତ୍ରଛାତ୍ରୀ, ସ୍ଥାନୀୟ ଯୁବକଯୁବତୀ ଏବଂ ଶ୍ରମିକଙ୍କ ସାଇକେଲରେ ଫ୍ଲୋରୋସେଣ୍ଟ ଷ୍ଟିକର୍ ଲଗାଇଛନ୍ତି । ସ୍ଥାନୀୟ ଅଞ୍ଚଳର ସାଇକେଲ ଚାଳକମାନଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କମ୍ପାନୀର କର୍ମଚାରୀମାନଙ୍କ ପକ୍ଷରୁ ରାଂଶୋଳ, ଚିଙ୍ଗୁଡ଼ିପାଳ ଓ କାଳିଆପାଣି ପଞ୍ଚାୟତର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସାଇକେଲର ଦୁଇ ପାର୍ଶ୍ୱରେ ଏହି ଷ୍ଟିକର ଲଗାଯାଇଥିଲା । ବିଶେଷ କରି ରାତି ସମୟରେ ସାଇକେଲ ଚାଳକମାନେ ଠିକରେ ଦେଖା ଯାଉନଥିବାରୁ ସେମାନଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି କର୍ମଚାରୀ ଖଣି ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜନସମୁଦାୟର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହି ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଅନ୍ଧାରରେ ସାଇକେଲ ଗୁଡିକ ସହଜରେ ଦେଖାଯିବା ସହିତ ଅଞ୍ଚଳରେ ଆକସ୍ମିକ ଦୁର୍ଘଟଣା ଏଡାଇବାରେ ମଧ୍ୟ ସହାୟକ ହେବ । ଏହି ଅବସରରେ ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ୍ର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, ସମାଜରେ ଏପରି ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଆମର ସାମୂହିକ ପ୍ରୟାସ ସବୁବେଳେ ଜାରି ରହିବ । ଆଶା କରୁଛୁ ଯେ, ସୁକିନ୍ଦା କ୍ରୋମାଇଟ୍ ଖଣି କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ଏହି ସ୍ୱେଚ୍ଛାସେବା ପଦକ୍ଷେପ ସୁରକ୍ଷିତ ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ନିଶ୍ଚୟ ଫଳପ୍ରଦ ହେବ ।