ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲେ ବିଜେପି କର୍ମକର୍ତ୍ତା
କୋରାପୁଟ: ସୋନିଆ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରପତି ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ ତାହାର ପ୍ରତିବାଦ କରିବା ସହ କୋରାପୁଟ ଜିଲା ବିଜେପି ପକ୍ଷରୁ ଦୃଢ଼ ଭାବେ ନିନ୍ଦା କରାଯିବା ସହିତ ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପରେ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକାକୁ ଦାହ କରିଛନ୍ତି। ଆଦିବାସୀଙ୍କ ପ୍ରତି କଂଗ୍ରେସ ଦଳର ଅସୂୟା ମନୋଭାବ ସ୍ପଷ୍ଟ ହୋଇଛି। ତୃଣମୂଳ ସ୍ତରରେ କଂଗ୍ରେସ ଦଳ ସହ ସୋନିଆ ଗାନ୍ଧୀଙ୍କୁ ବିରୋଧ କରାଯାଇଛି। ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ କୋରାପୁଟ ଜିଲା ଭାଜପା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଓଡ଼ିଆ ଝିଅ ଓଡ଼ିଆ ସ୍ବାଭିମାନ ଓ ଅସ୍ମିତାର ପ୍ରତୀକ ଦେଶର ରାଷ୍ଟ୍ରପତି ଆଦିବାସୀ ମହିଳାଙ୍କୁ ଅପମାନ କରିଛି କଂଗ୍ରେସ ଦଳ। ନିଜର ସମ୍ଭ୍ରାନ୍ତପଣିଆ ଗୁଣ ଏବେ ଯାଏ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କର ଯାଇ ନାହିଁ ବୋଲି ଜିଲା ଭାଜପା ଅଭିଯୋଗ କରିଛି। ଏଥିପାଇଁ ଭାରତବର୍ଷର ଏସ୍ସି, ଏସ୍ଟି, ଓବିସି ଶ୍ରେଣୀର ପରିବାର କେବେ ମଧ୍ୟ କଂଗ୍ରେସକୁ କ୍ଷମା ଦେବେ ନାହିଁ। ରାଷ୍ଟ୍ରପତିଙ୍କୁ ସମ୍ପର୍କରେ ସୋନିଆ ଗାନ୍ଧୀ ଅସୂୟା ମନ୍ତବ୍ୟ ଦେଇଥିବାରୁ ପ୍ରତିବାଦ କରିଛି କୋରାପୁଟ ଜିଲା ଭାଜପା ସଭାପତି ସୁମନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଧାରଣା କାର୍ଯ୍ୟକ୍ରମରେ ଜିଲା ଭାଜପା ଉପସଭାପତି ଦେବୀପ୍ରସାଦ କର, ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ସବିତା ପଟ୍ଟନାୟକ, ନୃପେନ୍ଦ୍ର ବାଘ, ଶିବ ମୁଦୁଲିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।