ବିଜେପି ଛାଡ଼ିବେ ସଂଜୀବ! 

 ବିଞ୍ଝାରପୁର : ଦଳ ଛାଡିବେ ବିଜେପିର ପୂର୍ବତନ ମଣ୍ଡଳ ସଭାପତି ସଂଜୀବ ସାହୁ । ଏନେଇ ସେ ବିଭିନ୍ନପଞ୍ଚାୟତର ବିଜେପି କର୍ମୀଙ୍କ ସହିତ ଆଲୋଚନା ଚଳାଇଛନ୍ତି । ବିଞ୍ଝାରପୁର ବ୍ଲକ୍ରେ ବିଜେପିର ସ୍ଥିତି ନ ଥିବା ବେଳେ, ୧୯୯୨ମସିହାରୁ ଶ୍ରୀ ସାହୁ ପ୍ରଥମ ମଣ୍ଡଳ ସଭାପତି ରହି ସଂଗଠନକୁ ସୁଦୃଢ କରିବାସହ ଦଳର ସ୍ଥିତିକୁ ସୁଧାରିଥିଲେ । ଏବେ ରାଜ୍ୟରେ ବିଜେପି ଶାସନ କରୁଛି । ହେଲେ ବିଞ୍ଝାରପୁର ବିଜେପି ଦାୟିତ୍ୱରେ ଥିବା ନେତା ଦଳୀୟ କାର୍ଯ୍ୟକର୍ତାଙ୍କୁ ଅଣଦେଖା କରୁଥିବା ଦର୍ଶାଇ ଶ୍ରୀ ସାହୁ ଶତାଧିକ କର୍ମୀଙ୍କ ସହ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ଚର୍ଚାର ସତ୍ୟତା ନେଇ ଶ୍ରୀ ସାହୁଙ୍କୁ ପଚାରିବାରୁ ବିଜେପି ଶାସନକୁ ଆସିଲା ପରେ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଛି ବୋଲି କହିଥିଲେ । ତାଙ୍କ କହିବା କଥା ଥିଲା ସରକାରରେ ସାଧାରଣ ଲୋକଙ୍କର କୌଣସି କାମ ହେଉନି । ଯାହାକୁ ନେଇ ସେ ମର୍ମାହତା । ବିଭିନ୍ନ ପଂଚୟତର କାର୍ଯ୍ୟକର୍ତାଙ୍କ ସହିତ ଆଲୋଚନା କରୁଛି, ଖୁବ ଶିଘ୍ର ଫାଳାଫଳ ଜଣାପଡିବ ବୋଲି କହିଥିଲେ ଶ୍ରୀ ସାହୁ ।