ନାବାଳକ ନିଖୋଜ ଘଟଣା : ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ

ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରୁ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣା । ୭ ଦିନ ପରେ ମୃତଦେହ ମିଳିଲା । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମୃତଦେହ ମିଳିଛି । ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି ।
୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ପରଠୁ ସନ୍ଧାନୀ କୁକୁର ଛାନଭିନ୍ ଚଳାଇଥିଲା । ଦୁଇ-ତିନିଥର ସନ୍ଧାନୀ କୁକୁର ବାପି ସାହୁଙ୍କ ଘରକୁ ଯାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାଜଧାନୀରୁ ନିଖୋଜ ଶୁଭମ୍କୁ ଉଦ୍ଧାର କରାଯାଇଛି । ଯାଜପୁରରୁ ମୟୂରଭଞ୍ଜର ସାଢେ ୪ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଆଉ ଏତିକି ବେଳେ ଡେଲାଙ୍ଗରୁ ମୃତଦେହ ଉଦ୍ଧାର ହୋଇଛି