ସବୁଠୁ ଧନୀ କଟକ ଲୋକସଭାର ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର
ବିଜେଡିର ସବୁଠୁ ଧନୀ ନେତା କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଚଳିତ ନିର୍ବାଚନରେ ଏଯାଏଁ ଦାଖଲ ହୋଇଥିବା ସତ୍ୟପାଠରୁ ଉଲ୍ଲେଖ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 71 କୋଟି ଟଙ୍କାର ମାଲିକ । ସେପଟେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର 482 କୋଟି ଟଙ୍କାର ମାଲିକ । ଯାହା ଦେଖିଲେ ନବୀନଙ୍କ ସମ୍ପତ୍ତି ମୂଲ୍ୟ ଠାରୁ ପ୍ରାୟ 7 ଗୁଣ ଅଧିକ ।