ବିଜେପି ଓଡ଼ିଶାରେ ସରକାର ଗଠନ କରିବ

ବିଜେପି  ଓଡ଼ିଶାରେ ସରକାର ଗଠନ କରିବ

ଭୁବନେଶ୍ୱର: ଓଡ଼ିଶାରେ ୩ୟ ପର୍ୟ୍ୟାୟ ନିର୍ବାଚନ ସରିଛି। ଏଥର  ବିଜେପି  ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିବାକୁ ଯାଉଛି ବୋଲି ଗଣମାଧ୍ୟମ ଏବଂ ଜନମତର ଆଭିମୁଖ୍ୟରୁ ଜଣାପଡ଼ିଛି। ଜୁନ୍‌ ୪ରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂ ଦେଓ। ସେ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆହୁରି ଗୋଟିଏ ପର୍ୟ୍ୟାୟ ନିର୍ବାଚନ ବାକିଥିବା ସତ୍ତ୍ୱେ ସରକାର ଗଢ଼ିବା ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ ନମ୍ବର  ବିଜେପି ହାସଲ କରିପାରିଛି। ଓଡ଼ିଶାର ସବୁ ବର୍ଗର ଲୋକମାନେ  ବିଜେପିକୁ ସମର୍ଥନ କରିଥିବାରୁ ଏହା ସମ୍ଭବ ହୋଇପାରିଛି। ଗତ ୨୫ ବର୍ଷ ମଧ୍ୟରେ ବିଜେଡି ସରକାର ଅନେକ ଦୁର୍ନୀତି କରିଛି।  ବିଜେପି ସରକାର ଗଢ଼ିଲେ ଏହାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କନକବର୍ଦ୍ଧନ ସିଂ ଦେଓ କହିଛନ୍ତି।