ଚିକିତ୍ସାଳୟରେ ଅବ୍ୟବସ୍ଥା : ଅଧିକାରୀଙ୍କୁ ଘେରିଲା ବିଜେପି
ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ନିକଟରୁ ବାରମ୍ବାର ଅଭିଯୋଗ ପରେ ମଙ୍ଗଳବାର ବିଜେପି ପକ୍ଷରୁ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଯାଇ ଅବ୍ୟବସ୍ଥା ଦେଖିଛନ୍ତି । ସାଂସଦ ପ୍ରତିନିଧି ଅସୀମା ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆନନ୍ଦପୁର ମୁଖ୍ୟ ଚିକିତ୍ସଳାୟ ସୁପରିଟେଣ୍ଡେନ୍ତ ଧନେଶ୍ୱର ସେଠୀଙ୍କୁ ଘେରାଉ କରିଥିଲେ । ଯଥାଶୀଘ୍ର ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ସରପଂଚ ଦୀପ୍ତି ସାହୁ, ସରପଂଚ ଦୀପ୍ତି ସାହୁ, ମଣ୍ଡଳ ସଭାପତି ହେମନ୍ତ ସାହୁ, ପଦ୍ମଲୋଚନ ପାଣିଗ୍ରାହୀ, ସୁମତୀ ଯେନା, ବବିତା ଶତପଥୀ, ଗଣେଶର ମହାନ୍ତି, ପ୍ରଣୟିନୀ ନାୟକ, ଦିଲ୍ଲୀପ ବେଜ, ମାନସ ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ରହିଥିଲେ ।