ବିଜେପିର ଆମ୍ବେଦକର ସମ୍ମାନ ଅଭିଯାନ
ନବରଙ୍ଗପୁର: ଭାରତୀୟ ସମ୍ବିଧାନ ପ୍ରଣେତା ଭାରତରନô ଡି. ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ ନବରଙ୍ଗପୁର ଜିଲ୍ଲା ଭାଜପା ପକ୍ଷରୁ ଅନୁଷ୍ଠିତ ହୋଇଛି । ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏମପି ବସନ୍ତ ପଣ୍ଡା ଯୋଗ ଦେଇ ଡ. ଆମ୍ବେଦକରଙ୍କ ପ୍ରେରଣାଦାୟୀ ଜୀବନୀ ସମ୍ପର୍କରେ ମତ ଦେଇଥିଲେ । ତାଙ୍କର ମହାନ କାର୍ଯ୍ୟବଳୀ ଯୋଗୁ ଆଜି ଭାରତ ଏକ ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି ବୋଲି ସେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଭଜପା ବରିଷ୍ଠ ନେତା ଅଶୋକ ମିଶ୍ର ଯୋଗ ଦେଇ ନୂତନ ୱାକଫ ବୋର୍ଡର ସଂଶୋଧନ ଆଇନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଭଜପା ପୂର୍ବତନ ଜିଲ୍ଲା ସଭାପତି ଝାଡେଶ୍ୱର ଖାଡ଼ଙ୍ଗା, ଜଗଦୀଶ ଚନ୍ଦ୍ର ବିଶୋଇ, ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ ଓ ଭାଜପା କର୍ମକର୍ତ୍ତାଙ୍କ ସମେତ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।