ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ
ବର୍ଷାଙ୍କୁ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେନି ଅନୁଭବ । ଏନେଇ କଟକ ଜେଏମ୍ଏଫ୍ସି କୋର୍ଟ ରାୟ ଶୁଣାଇଛନ୍ତି । ବାହାଘର କିଛି ବର୍ଷ ପରେ ଘରୋଇ ନିର୍ଯାତନା ନେଇ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା । କୋର୍ଟରେ ଏନେଇ ମାମଲା ହୋଇଥିଲା କିନ୍ତୁ ଦୀର୍ଘ ଦିନ ଶୁଣାଣି ପରେ ମଧ୍ୟ କୋର୍ଟରେ ଏନେଇ ପ୍ରମାଣ ଦେଇପାରି ନାହାନ୍ତି ବର୍ଷା । ଏବେ ବର୍ଷାଙ୍କୁ ଅନୁଭବ ଭରଣପୋଷଣ ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି । ଏହା ପୂର୍ବରୁ ଭରଣପୋଷଣ ମାମଲା ସମ୍ପର୍କରେ ରାୟ ଦେଇ ସୁପ୍ରିମକୋର୍ଟ କହିଥିଲେ ଯେ କେବଳ ସ୍ବାମୀଙ୍କ ସମ୍ପତି ଦେଖି ଭରଣପୋଷଣ ମାଗି ପାରିବେନି ପତ୍ନୀ । ଭରଣପୋଷଣକୁ ସ୍ବାମୀଙ୍କ ବିରୋଧରେ ଅସ୍ତ୍ର ଭଳି ବ୍ୟବହାର କରାଯାଇ ପାରିବ ନାହିଁ ।