କେନ୍ଦ୍ରାପଡ଼ା ଘଟଣାରେ ଗଠିତ ହେଲା ପିସିସି ଅନୁଧ୍ୟାନ କମିଟି
ଭୁବେନଶ୍ୱର : ରାଜ୍ୟରେ ନାରୀ ନିର୍ଯାତନା ଅଣାୟତ୍ତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡପଡା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି । ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ଯାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନକରିବାରୁ ଜଣେ + ୩ ଶେଷ ବର୍ଷ ଛାତ୍ରୀ ଚରମ ନିଷ୍ପତି ନେଇ ଆତ୍ମାହୁତି ଦେବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି । ଏଥିନିମନ୍ତେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଦେ୍ର୍ଦଶକ୍ରମେ ଏକ ୮ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ଉକ୍ତ କମିଟିରେ ପିସିସି ଉପସଭାପତି ସସ୍ମିତା ବେହେରା ଅଧ୍ୟକ୍ଷା ରହିଥିବା ବେଳେ ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ସସ୍ମିତା ପଣ୍ଡା, ପିସିସି ମୁଖପାତ୍ର ସୋନାଲି ସାହୁ, ଡ ÿମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ପିସିସି ପାନେଲିଷ୍ଟ ଅମ୍ରିତା ଦାସ ଓ ମଧୁସ୍ମିତା ଆଚାର୍ଯ୍ୟ ସଦସ୍ୟା ଭାବରେ ରହିଛନ୍ତି । ଆସନ୍ତାକାଲି ଘଟଣା ସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି ।