ରାଜ୍ୟରେ ବିଜେପିର ବର୍ଷ ପୂର୍ତ୍ତି : ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ଓଡ଼ିଶା ଜନସେବାରେ ସମର୍ପିତ ବିଜେପି ସରକାରର ୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି । ଏ ଅବସରରେ ସେ ନିଜ ଏକ୍ସରେ ଉଲ୍ଲେଖ କରିଛନ୍ତି, ଦେଶରେ ୧୧ ବର୍ଷ ଧରି ଏକ କଲ୍ୟାଣକାରୀ ସରକାର ଲୋକଙ୍କ ସେବାରେ ଅଛି । ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କଲ୍ୟାଣକାରୀ ଲୋକଙ୍କ ସରକାର କାମ କରୁଛି । ବିଗତ ଏକ ବର୍ଷରେ ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ଜନସାଧାରଣଙ୍କ ଜୀବନକୁ ସୁଗମ କରିଛି । ଓଡ଼ିଶା ସମେତ ଦେଶରେ ଏକ ବିକାଶମୂଳକ ରାଜନୀତିର ଆରମ୍ଭ ହୋଇଛି – ଯାହାର ମୂଳ ମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ । ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି ।
‘ସୁଭଦ୍ରା ଯୋଜନା’ରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯିବା ସହ ‘ସମୃଦ୍ଧ କୃଷକ ଯୋଜନା’ରେ ଧାନର କ୍ୱିଣ୍ଟାଲ ପିଛା ଏମଏସପି ମୂଲ୍ୟ ଉପରେ ଅଧିକ ୮୦୦ ଟଙ୍କା ବୃଦ୍ଧି ଏହାର ଗୋଟିଏ ଗୋଟିଏ ଉଦାହରଣ । ସେହିପରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏସ୍ଇବିସିଙ୍କ ପାଇଁ ୧୧.୨୫% ସ୍ଥାନ ସଂରକ୍ଷଣ ଭଳି କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡ଼ିଶାକୁ ନବଉକôର୍ଷକୁ ନେବେ ବୋଲି ସେ ମତପ୍ରକାଶ କରିଛନ୍ତି ।