ଜନମତ ଲୋଡ଼ିଲେ ୫-ଟି ଅଧ୍ୟକ୍ଷ

ଜନମତ ଲୋଡ଼ିଲେ ୫-ଟି ଅଧ୍ୟକ୍ଷ


ଭୁବନେଶ୍ୱର : ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କୁ ଏହି କାର୍ଡ଼କୁ ଅଧିକ ଉପାଦେୟ କରିବା ନିମନ୍ତେ ସେମାନଙ୍କ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରିଛନ୍ତି ।ଉଲ୍ଲେଖଯୋଗ୍ୟ ନିକଟରେ ପ୍ରଦାନ କରାଯାଇଥିବା ନୂଆ-ଓ ବୃତ୍ତି ଓଡ଼ିଶା ସରକାରଙ୍କ ଏକ ଐତିହାସିକ ପଦକ୍ଷେପ । ଏହି ବୃତ୍ତି ପ୍ରଦାନ ପରେ ଓଡ଼ିଶାର ଯୁବକ ଯୁବତୀମାନଙ୍କ ମଧ୍ୟରେ ଏକ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼ ପ୍ରଣୟନ କରିବାକୁ ଯାଉଛନ୍ତି ।
ଏହି କାର୍ଡ଼ ମାଧ୍ୟମରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସୁବିଧା ପାଇ ପାରିବେ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କ୍ୟାରିୟର ଗଢ଼ିବା ପାଇଁ ସହାୟକ ହେବା ସଙ୍ଗେସଙ୍ଗେ ଏହି କାର୍ଡ଼ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ଓ ସେମାନଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ ।