କଳାପଥର କେଳେଙ୍କାରୀ...  ସମସ୍ତ ଲିଜଧାରୀଙ୍କ ଠାରୁ ଅଲବତ ଜରିମାନା ଆଦାୟକୁ ବିଧାୟକଙ୍କ ଗୁରୁତ୍ୱ

ାା ପ୍ରଭାନୁ୍ୟଜ ।ା ଯାଜପୁର: କେଳେଙ୍କାରୀରେ ସଂପୃକ୍ତ କଳାପଥର ଲିଜଧାରୀ ଜରିମାନାରୁ ଖସି ଯିବା ନେଇ ଗୁଜବ ଧର୍ମଶାଳାରେ ପ୍ରଚାର ହେଉଛି । ହେଲେ କେଳେଙ୍କାରୀରେ ସଂପୃକ୍ତଙ୍କ ଠାରୁ ଅଲବତ ଜରିମାନା ଆଦାୟକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଗୁରୁତ୍ୱାରେପ କରିଥିବା ବେଳେ ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ଆଇନ ବିଭାଗର ହସ୍ତକ୍ଷେପ ଲୋଡ଼ିଥିବା ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । 
ଯାଜପୁର ଜିଲା ଧର୍ମଶାଳାର କଳାପଥର ପାହାଡ ହରିଲୁଟ ଅତୀତରେ ନବୀନ ସରକାରକୁ ଜନ ବିରୋଧୀ କରିଥିଲା । ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶ ଆଳରେ ଏକ୍ସେସ ମାଇନିଂ କରିଥିବା କେତେକ ଲିଜଧାରୀ ଜରିମାନାରୁ ଖସି ଯିବା ନେଇ ଅଦାଲତର ଆଶ୍ରୟ ନେଇଛନ୍ତି ବିଳମ୍ବ ପାଇଁ ଜରିମାନା ରାଶିର୨୪ଭାଗ ଅଧିକ ଅର୍ଥ ପଇଠ କରିବେ ବୋଲି ସତୀଶ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସତୀଶ ଦର୍ଶାଇଛନ୍ତି ଯେ, ଏହି ଘଟଣାରେ ଓଡିଶା ସରକାରଙ୍କ ଆଇନ ବିଭାଗର ହସ୍ତକ୍ଷେପ ଲୋଡିଛି । ସରକାରଙ୍କ ଆଇନ ବିଭାଗ ତରଫରୁ ଏହାର ଟିକନିଖ ତର୍ଜମା କରାଯାଇ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଓଡିଶା ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଦୃଢ ଯୁକ୍ତି ପ୍ରଦର୍ଶନ କରାଯିବ । ଧର୍ମଶାଳା ତହସିଲ ଅଂଚଳରେ ଅନୁମତି ଠାରୁ ମାତ୍ରାଧିକ ଖନନ କରି କୋଟିକୋଟି ଟଙ୍କାର କଳାପଥର ଲୁଟ ହୋଇଛି ।  ଧର୍ମଶାଳାର ପାହାଡ ପର୍ବତରେ ଏକସେସ ମାଇନିଂ ନେଇ ମାପଚୁପ ହୋଇ ୧୮ଜଣ ଲିଜଧାରୀଙ୍କ ଉପରେ ୨୯୮କୋଟି ଟଙ୍କାର ଜରିମାନା କରାଯାଇଥିଲା । ହେଲେ ବିଜେଡି ସରକାରରେ ଧର୍ମଶାଳାର କ୍ଷମତା କେନ୍ଦ୍ର ଚାପରେ ଏହି ପାହାଡ ଲୁଟରେ ସଂପୃକ୍ତ ଥିବାରୁ ଜରିମାନା ଆଦାୟ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ସରକାର ପରିବର୍ତନ ପରେ ମୋହନ ସରକାରରେ ଏଥିନେଇ ଓପିଡିଆର କେସ ତଥା ସାଟିଫିିକେଟ କେସ କରାଯାଇଛି । ଜରିମାନା ହୋଇଥିବା ଲିଜଧାରୀ ଜରିମାନାରୁ ଖସିଯିବା ପାଇଁ ସେ ସମୟରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ଏଥିନେଇ ବିଭାଗ ଅଧିକାରୀଙ୍କ ନିକଟରେ ଶୁଣାଣି କରି ନିଷ୍ପତ୍ତି ନେବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ନିଦେ୍ର୍ଦଶ ଅନୁସାରେ ଯାଜପୁରର ଡେପୁଟି ଡାଇରେକ୍ଟର ମାଇନ୍ସ ଏହାର ଶୁଣାଣୀ କରି ରାୟ ଦେବାକଥା । ହେଲେ ତରବରିଆ ଭାବେ ଏହା କରାନଯାଇ ଲିଜଧାରୀଙ୍କ ନାମରେ ସାଟିଫିକେଟ କେସ ଦାୟର କରାଯାଇଥିଲା । ଏହାର ସୁଯୋଗ ନେଇ ୬ଟି ଖାଦାନର ୪ ଲିଜଧାରୀ ହାଇକୋର୍ଟଙ୍କ ପୂର୍ବ ନିଦେ୍ର୍ଦଶ ଅନୁସାରେ ଡିଡିଏମ ଶୁଣାଣି ନକରି କିପରି ସାଟିଫିକେଟ କେସ ଦାୟର କଲେ ବୋଲି ଯୁକ୍ତି ଦର୍ଶାଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଯାହା ଫଳରେ ହାଇକୋର୍ଟ ପ୍ରହଲ୍ଲାଦ ଲେଙ୍କା ଓ ଶ୍ରୀନିବାସ ଜେନାଙ୍କ ଦୁଇଟି ଲେଖା ଏବଂ ସୁଧାଂଶୁ ଜେନା ଓ ବିଶ୍ୱ ରଂଜନ ପରିଡାଙ୍କ ଗୋଟିଏ ଲେଖାଁ ଖାଦାନ ଉପରେ ହୋଇଥିବା ସାଟିଫିକେଟ କେସକୁ ବାତିଲ କରିଛନ୍ତି । ତେବେ ଏଥିନେଇ ସରକାରଙ୍କ ପୁନଶ୍ଚ ଦୃଷ୍ଟି ଆକର୍ଷଣ କରିଛି ବୋଲି ସତୀଶ କହିଛନ୍ତି । ଖୁବଶୀଘ୍ର ଡିଡିଏମଙ୍କ ନିକଟରେ ପୂର୍ବ ଶୁଣାଣୀ ଅନୁଷ୍ଠିତ ହେବା ପରେ ପୁନଶ୍ଚ ସାଟିଫିକେଟ କେସ ଦାୟର ହେବ । ଧର୍ମଶାଳାର ପାହାଡ ପର୍ବର୍ତ ଆମ ମାଟିର ଗୌରବ ଏବଂ ଗରିମା । ଏହାକୁ ଲୁଟି ନେଇଥିବା ପ୍ରତ୍ୟେକ ଲୁଟେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଲଢେଇ ଅବ୍ୟାହତ ରହିବ ବୋଲି କହିଛନ୍ତି ସତୀଶ । ସତୀଶ କହିଛନ୍ତି ଯେ, ଜଣେ ଲିଜଧାରୀ୫୨.୫୫ ଲକ୍ଷ ଟଙ୍କା ଜରିମାନା ସରକାରଙ୍କ ନିକଟରେ ଦାଖଲ କରିଥିବା ବେଳେ ଅବଶିଷ୍ଟ କିସ୍ତିୱାରୀ ଦାଖଲ କରିବାକୁ ଲିଖିତ ସତ୍ୟପାଠ ଦାଖଲ କରିଛନ୍ତି । ଏହାଦ୍ୱାରା ସରକାରଙ୍କ ଜରିମାନା ଆଦାୟ କାର୍ଯ୍ୟ ଅଧିକ ବଳବତର ହୋଇଛି । ବାସ୍ତବରେ ଯାହା ଜରିମାନା ହୋଇଛି, ତାହା ସମୁଦ୍ରକୁ ଶଙ୍ଖେ । ଯେତିକି ଲୁଟିଛନ୍ତି ସେତିକି ପରିମାଣର ଜରିମାନା ଆଦାୟ ପାଇଁ ଲଢେଇ ଚାଲିଛି । ଏଥିନେଇ ସରକାର ଯତ୍ନବାନ ହେଲେ ଏବଂ ନ୍ୟାୟ ମିଳିଲେ ସରକାର ଏଠାରୁ ରାଜ୍ୟ ଚଳାଇବାକୁ ଗୋଟିଏ ବର୍ଷର ବଜେଟ ବାବଦ ଅର୍ଥ ପାଇବେ । ଯାହାକି ରାଜ୍ୟ ପାଇଁ ଭଲ ଚମକ୍ରାର ଖବର ହେବ । ଯେଉଁମାନେ ଏହି ଜରିମାନା ଅର୍ଥ ପ୍ରଦାନରେ ବିଳମ୍ବ କରୁଛନ୍ତି ସେମାନଙ୍କ ପିଠିରେ କେହି ପଡିବେ ନାହିଁ । ବରଂ ବେଶି ଅସୁବିଧାରେ ପଡି ସୁଧ ସହ ଅଧିକ ଅର୍ଥ ପଇଠ କରିବେ । ଅନ୍ୟପକ୍ଷରେ ବିଧାୟକ ଶ୍ରୀ ସାହୁ ଜରିମାନା ନଦେଲେ ଲିଜଧାରୀ ଅଡ଼ୁଆରେ ପଡ଼ିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଓପିଡ଼ିଆର ଆଇନ ବଳରେ ଲିଜଧାରୀଙ୍କ ଉପରେ ହୋଇଥିବା ଜରିମାନା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।