ଜିଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସମାରୋହ , ‘କନ୍ୟା ସନ୍ତାନ ହେଉଛନ୍ତି ସ୍ନେହ ଓ ନ୍ୟାୟର ପ୍ରତୀକ’
ାା ପ୍ରଭାନୁ୍ୟଜ ।ା ଯାଜପୁର: ‘କନ୍ୟା ସନ୍ତାନ ହେଉଛନ୍ତି ସ୍ନେହ ଓ ନ୍ୟାୟର ପ୍ରତୀକ’ । ସେମାନେ ହେଉଛନ୍ତି ଅମୂଲ୍ୟ ରନô । ଶିଶୁ କନ୍ୟାମାନଙ୍କର ମାନସିକ ଓ ଶାରିରୀକ ଅଭିବୃଦ୍ଧି ନିତ୍ୟାନ୍ତ ଆବଶ୍ୟକ । ସମାଜରେ ନାରୀଙ୍କର ପ୍ରଗତି ପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ । ମହିଳା ମାନଙ୍କୁ ସମ୍ମାନ ଦେବା, ସୁରକ୍ଷା ଦେବା ଓ ସଶକ୍ତ କରିବା ଆବଶ୍ୟକ । ବୁଧବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ସମାଜ କଲ୍ୟାଣ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟ, ଯାଜପୁରଙ୍କ ମିଳିତ ସହଯୋଗରେ ଜିଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ । ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା କହିଲେସମାଜରେ ନାରୀଙ୍କର ପ୍ରଗତି ପାଇଁ ଆମ ସମସ୍ତଙ୍କର କର୍ତବ୍ୟ, ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବାଲ୍ୟବିବାହ ରୋକିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଶିବାଶିଷ ମହାରଣା ଯୋଗଦେଇ କହିଲେ ଶିଶୁଟି ଜନ୍ମ ନେବା ପରେ ତାର ପରିପାଳନ, ଅଭିବୃଦ୍ଧି, ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । କନ୍ୟା ସନ୍ତାନର କିଶୋରୀ ଜୀବନରେ ସୁରକ୍ଷା, ପଥ ଦର୍ଶନର ଆବଶ୍ୟକତା ରହିଛି । ଯାଜପୁର ଜିଲାରେ ବିଗତ ବର୍ଷରେ କନ୍ୟା ସନ୍ତାନ ଅନୁପାତ ବୃଦ୍ଧି ପାଇଛି । ପୁରୁଷ ଓ ମହିଳାଙ୍କ ଅନୁପାତ ଠିକ୍ ରହିଲେ ସାମାଜିକ ସନ୍ତୁଳନ ରକ୍ଷାହୁଏ । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ବିକାଶ ରଞ୍ଜନ ସ୍ୱାଇଁ ଯୋଗଦେଇ କହିଲେ ବର୍ତ୍ତମାନ ବି କନ୍ୟା ସନ୍ତାନ ଅସମାନତା ଓ ପକ୍ଷପାତିତାର ଶିକାର ହେଉଛନ୍ତି । ପ୍ରତ୍ୟେକ ବିଦ୍ୟାଳୟରେ କିଶୋରି କାଉନସେଲିଂ ସେଲ କରାଯାଇଛି । ଗତମାଟ୍ରିକ ପରୀକ୍ଷାରେ ୬୧ ଜଣ ଏ-୧ରେ ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ଜଣ ପୁଅ ଓ ୪୧ ଜଣ ଝିଅ ଅଛନ୍ତି । ଶିଶୁ ମଙ୍ଗଳ ସମିତିର ସଦସ୍ୟ ଜୟନ୍ତ କୁମାର ଗୋସ୍ୱାମୀ କନ୍ୟା ସନ୍ତାନଙ୍କ ପ୍ରତି ଶିଶୁ ମଙ୍ଗଳ ସମିତିର ଯଥେଷ୍ଟ ସମ୍ମାନ ଓ ସହାନୁଭୂତି ରହିଛି । ସହକାରୀ ଶ୍ରମ ଅଧିକାରିଣୀ କହିଲେ ପାଠ ପଢା କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । ଜିଲା ଦକ୍ଷତା ବିକାଶ ଅଧିକାରୀ କହିଲେ ନାରୀଙ୍କୁ ସମ୍ମାନ ଭାରତୀୟ ପରମ୍ପରାର ବୈଶିଷ୍ଟ୍ୟ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ରେକ୍ସୋନା ଜେନା ଯୋଗଦେଇ କହିଲେ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଚେତନତା କରାଗଲେ ବାଲ୍ୟ ବିବାହ ବନ୍ଦ ହୋଇପାରିବ । ଏହି ଦିବସରେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ସବିତାଚ୍ୟାଉ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହସଭା ପରିଚାଳନା କରିଥିଲେ । ଏହି ଅବସରରେ ଏଚଏସସି ଟପ୍ପର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁର, ପ୍ରିୟଙ୍କାପ୍ରିୟଦର୍ଶିନୀ ଲେଙ୍କା, ଖଡିଅଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ସସ୍ମିତା ମହାନ୍ତି, ଜିଲା ସ୍କୁଲର କିରଣ ଜ୍ୟୋତି ନାୟକଙ୍କୁ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ବିଚିତ୍ରପୁରର ଅଙ୍ଗନୱାଡ଼ି କର୍ମୀ ରଞ୍ଜୁଲତା ନାୟକଙ୍କୁ ମହେଶ୍ୱରପୁର ସୁସଂଗୀତା ବିଶ୍ୱାଳଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । କନ୍ୟା ସନ୍ତାନ ଦିବସ ଅବସରରେ ଅତିରିକ୍ତ ଜିଲାପାଳ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପରେ ଏକ ଦସ୍ତଖତ ଅଭିଧାନରେ ସମସ୍ତେ ଭାଗ ନେଇଥିଲେ । ଦିବସରେ ସରକାରୀ ପଦାଧିକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତା, ଉକôଳ ବାଳାଶ୍ରମ କର୍ମକର୍ତ୍ତା, କିଶୋରି ବାଳିକା, ଅଙ୍ଗନୱାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଯୋଗ ଦେଇଥିଲେ । ଶେଷରେ ଜିଲା ସୁରକ୍ଷା ଅଧିକାରୀ ନିରଞ୍ଜନ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।