ସ୍ୱାୟତ୍ତ ଶାସନ ଦିବସକୁ ସଂଖ୍ୟାଧିକ ପାରିଷଦଙ୍କ ବଏକଟ
ାା ପ୍ରଭାନୁ୍ୟଜ୍ ।ା ବ୍ୟାସନଗର : ରାଜ୍ୟସ୍ତରରୁ ଆରମ୍ଭ କରି ବିଭିନ୍ନ ପୈାରାଞ୍ଚଳରେ ସମାରୋହରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହେଉଥିବା ବେଳେ ବ୍ୟାସନଗରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୈାର ପରିଷଦ ପକ୍ଷରୁ ସକାଳୁ ସଂଜ ଯାଏ ଯାହା କାର୍ଯ୍ୟକ୍ରମ ମାନ କରାଯିବାକୁ ସ୍ଥିରିକୃତ ହୋଇଥିଲା, ତାହା କରାଯାଇଥିଲେ ହେଁ ସଂଖ୍ୟାଧିକ ପାରିଷଦ କିନ୍ତୁ ଦିବସକୁ ବଏକଟ କରିଛନ୍ତି । ବଏକଟ କରିଥିବା ପାରିଷଦଙ୍କ ମଧ୍ୟରେ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ସଦସ୍ୟ ରହିଛନ୍ତି । ସମନ୍ୱୟ, ମନାନ୍ତର, ଅଭିମାନ, ଅଲୋଡ଼ା ଏହାର କାରଣ ହୋଇଥିବା କୁହାଯାଉଛି । କିନ୍ତୁ ପୈାର କର୍ମଚାରୀ ଏବଂ ପାରିଷଦଙ୍କ ଏହି ସରକାରୀ ଦିବସକୁ ପାରିଷଦ ବଏକଟ କରିବା ବ୍ୟାସନଗରରେ ଚର୍ଚ୍ଚାର ବିଷୟ ହୋଇଛି । ଦିବସର ସକାଳ କାର୍ଯ୍ୟକ୍ରମ ପ୍ରଭାତଫେରୀ ପରେ ପୈାର ପରିଷଦ କାର୍ଯ୍ୟାଳୟରେ ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପତାକା ଉତ୍ତୋଳନ କରି ସହର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଉପନଗରପାଳ ସୁବାଷ ବଳ, ନିର୍ବାହୀ ଅଧିକାରୀ ନମ୍ରତା ମୋଦି, ପୈାର କର୍ମଚାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ହେଲେ ପୈାର କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜଣେ ବି ପାରିଷଦ ଉପସ୍ଥିତ ହୋଇନଥିଲେ । ସଂନ୍ଧ୍ୟାରେ ସଂସ୍କୃତି ଭବନରେ ଆୟୋଜିତ ପ୍ରତିଭା ପୂଜା କାର୍ଯ୍ୟକ୍ରମରେ ମଧ୍ୟ ହାତଗଣତି ଦୁଇ ଜଣଙ୍କୁ ଛାଡ଼ି ଦେଲେ ସର୍ବାଧିକ ପାରିଷଦ ଅନୁପସ୍ଥିତ ରହିଥିଲେ । ନିର୍ବାହୀ ଅଧିକାରୀ ନମ୍ରତା ମୋଦିଙ୍କ ସଂଚାଳନରେ ଆୟୋଜିତ ପ୍ରତଭା ପୂଜା କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ, ଉପାଧ୍ୟକ୍ଷ ଶ୍ରୀ ବଳଙ୍କ ବ୍ୟତିତ ପାରିଷଦ ଅଶୋକ ରାଉତ, ପାର୍ଥସାରଥୀ ନାୟକ ଉପସ୍ଥିତ ରହି ପ୍ରତଭାଧାରୀଙ୍କୁ ପୁରସ୍କୃତ କରିଥିଲେ । ପୈାର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।