ଝଗଡ଼ା ଛଡ଼ାଇବାକୁ ଆସି ୫ ଆହତ


ାା ପ୍ରଭାନୁ୍ୟଜ୍ ।ା   : ବାଇକ କିସ୍ତିକୁ ନେଇ ବାପ-ପୁଅଙ୍କ ମଧ୍ୟରେ ଲାଗିଥିବା ଝଗଡ଼ାରେ ମଧ୍ୟସ୍ତତାକୁ କରିବାକୁ ଆସିଥିବା ପାଞ୍ଚଜଣ ମାଡ଼ ଖାଇ ଆହତ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ମତେ ଯାଜପୁର ସଦର ଥାନା ଅନ୍ତର୍ଗତ ଯମଧର ପଞ୍ଚାୟତ ରେକାବିବଜାର ଗ୍ରାମର ସେକ୍ ସନୁଅର ୩୦ ପିତା ସେକ୍ ଅନୁଅର ଏକ ମଟର ସାଇକେଲ ଘରୋଇ ରୁଣ ପ୍ରଦାନ ସଂସ୍ଥାରୁ ଆଣି ମାସିକିଆ କିସ୍ତି ନଦେବାରୁ ଉକ୍ତ ରୁଣ ଦେଇଥିବା ସଂସ୍ଥା ରୁଣ କିସ୍ତି ଖିଲାପ କରିବାରୁ ଘରେ ବାପ ପୁଅଙ୍କ ମଧ୍ୟରେ ବଚସା ଓ ପରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ସମାଧାନ କରିବା ପାଇଁ ସ୍ଥାନୀୟ ୱାର୍ଡ ସଭ୍ୟ ରନôାକର ନାୟକ ଆସିବାରୁ ପୁଅ ସନୁଅର  ଏକ  ଶାବଳରେ ପ୍ରହାର କରିବାରୁ ହାତ ଭାଙ୍ଗି ଯାଇଥିଲା । ଫଳରେ ରନôାକର ସେହିଠାରେ ତଳେ ପଡି ଚିକôାର କରିବାରୁ ସ୍ଥାନୀୟ ଲୋକେ ପହଁଚି ଆହତ ଅବସ୍ଥାରେ ଉଦ୍ଧାର କରିବା ବେଳେ ସନୁଅର ଏକ ଆଖୁ କଟା ଚାପଡ ଧରି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୪ ଜଣ ଝୁମୁରି ନାୟକ, ରଶ୍ମିତା ନାୟକ ,ବାପିନ ନାୟକ,  ଲିଟୁନ ମଲ୍ଲିକଙ୍କୁ ହାଣି କ୍ଷତବିକ୍ଷତ କରି ପକାଇ ଚମ୍ପଟ ମାରିଥିଲା । ଗ୍ରାମବାସୀ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ସନୁଅରକୁ କାବୁ କରିବା ସହ ମାମଲା ପରେ କୋର୍ଟ ଚାଲାଣ କରିଥିଲା ।