ଘେରିବନ୍ଧ ମରାମତି ଦୁର୍ନୀତିର ତଦନ୍ତ କଲେ ଯନ୍ତ୍ରୀ
ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମବରଦା: ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ ସେହି ଗ୍ରାମର ବ୍ରାହ୍ମଣୀ ନଦୀବନ୍ଧର ମାଧବାନନ୍ଦ ବିଶ୍ୱାଳ ଗଢା ଠାରୁ ଶନିଗଢା ପର୍ଯ୍ୟନ୍ତ ୨ ଶହ ମିଟର ଘେରିବନ୍ଧକୁ ମରାମତି ଓ ସୁଦୃଢ କରିବା କ୍ଷେତ୍ରରେ ଅନିୟମିତତା ହୋଇଥିଲା । ଏନେଇ ଗତ ଅଗଷ୍ଟ ୯ରେ ଝାଲପଡା ସରପଞ୍ଚ ସମିତିସଭ୍ୟ ଓ ଗ୍ରାମବାସୀ ଜିଲ୍ଲାପାଳ ଓ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଘଟଣାରେ ଜାରକା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ମନୋରଞ୍ଜନ ତ୍ରିପାଠୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତରୁ ବର୍ଷା ପାଣିରେ ଘେରିବନ୍ଧ ମାଟି ଧୋଇ ହୋଇ ଯାଇଥିବାର ଜାଣିବାକୁ ପାଇଥିବା ବେଳେ ଆସନ୍ତା ନଭେମ୍ବର ମାସ ସୁଦ୍ଧା ପୁନରାୟ ମାଟି ପଡିବା ନେଇ ପ୍ରତିଶୃତି ଦେଇଛନ୍ତି । ସୂଚନାଥାଉକି ଏହି ଘେରିବନ୍ଧ ମରାମତି ପାଇଁ ଚଳିତ ବର୍ଷ ବିଭାଗ ପକ୍ଷରୁ ୩୮ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ଏହି ଅର୍ଥରେ ଘେରି ବନ୍ଧକୁ ମୁଖ୍ୟ ବନ୍ଧ ସହିତ ସମାନ ଉଚ୍ଚା କରିବା ସହିତ ଉଭୟ ପାଶ୍ୱର୍ରେ ମାଟି ପକାଇ ପ୍ରସସ୍ତ ଓ ସୁଦୃଢ କରିବା ପାଇଁ ପ୍ରାବଧାନ ରହିଥିଲା । ହେଲେ ଠିକାଦାର ଘେରି ବନ୍ଧରେ ଆବଶ୍ୟକ ଅନୁଯାୟୀ ମାଟି ନପକାଇ ଅଳ୍ପ କିଛି ମାଟି ପକାଇ ଲକ୍ଷାଧିକ ଟଙ୍କା ହଡପ କରି ନେଇଥିବା ବେଳେ ମାଟି ପକାଇବା ବଦଳରେ ଏହି ଗାଁର ମୁସଲମାନ ସାହିର ଲିୟାକତ ଅଲ୍ଲି, ଅନୁୟାର ବିବି, ଅକବରୀ ଅଲ୍ଲିଙ୍କ ଢିଅକୁ କାଟି ମାଟି ନେଇ ଯାଇଥିବା ଅଭିଯୋଗ ହୋଇଥିଲା ।