ବେଧଡକ ଭାବେ ଚାଲିଛି ଇଟାଭାଟି
ରାଜନଗର : ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏହି ଗରମ ସମୟରେ କୋଇଲା ଧୂଆଁ ସ୍ଥାନୀୟ ଅଂଚଳର ପରିବେଶକୁ ପ୍ରଦୂଷିତ କରୁଥିବାରୁ ଲୋକମାନେ ବହୁ ମାରତ୍ମକ ରୋଗର ଶିକାର ହେବାର ଆଶଙ୍କା ସୃଷ୍ଟି ହୋଇତôଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣ ସାଜିଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକ ରାଜପୁର ପଚାଂୟତ ବାଲିଚନ୍ଦ୍ରପୁର, ଚନ୍ଦନପୁର, ରାଜପୁର ଓ ବନ୍ଧପଡା ପଚାଂୟତ ସନ୍ଥପଡା, ଗୋବିନ୍ଦପୁର, ଟାଙ୍ଗଣତୈ÷ଳା, ଦାଣ୍ଡି ଗାଁ ନିକଟରେ ଶହଶହ ସଂଖ୍ୟାରେ ଗଢି ଉଠିଛି ବେଆଇନ ଇଟାଭାଟି । ଇଟା ବେପାରୀମାନେ ପ୍ରତିବର୍ଷ ଏହି ଗରମ ସମୟରେ ଇଟା ନିର୍ମାଣ କରି ବେଆଇନ ଭାବେ ଇଟାଭାଟି ପୋଡୁଥିବାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । କୋଇଲା ଧୂଆଁରେ ସ୍ଥାନୀୟ ଅଂଚଳ ପ୍ରଦୂଷିତ ହେବା ସହ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଥିବା ଅଭିଯୋଗ ହେଉଛି । ଏପରିକି ଉପକୂଳ ଅଂଚଳରେ ରାତିରେ ଅନ୍ୟତ୍ର ଥଣ୍ଡା ପବନ ପ୍ରବାହିତ ହେଉଥିବା ସମୟରେ ବ୍ରାହ୍ମଣୀନଦୀ ପଠାରେ ଗଢି ଉଠିଥିବା ଏହି ଇଟାଭାଟି ଯୋଗୁଁ ଅତ୍ୟଧିକ ଗରମ ଅନୁଭୂତ ହେଉଥିବା ଅଭିଯୋଗ ହେଉଛି । ଏହି ଇଟାଭାଟିଗୁଡିକ ଦିନରାତି ଜଳୁଥିବାରୁ ରାଜନଗର ବ୍ଲକର ଉପରୋକ୍ତ ଗ୍ରାମଗୁଡିକ ସହିତ ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର, ଡାମରପୁର ପ୍ରଭୃତି ଗାଁ ସହ ଆଳି ବ୍ଲକର କେତେକ ଗ୍ରାମର ଲୋକମାନେ ବହୁ ପରିମାଣରେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛଛି । ରାଜସ୍ୱ ବିଭାଗର ଅଧିକାରୀ, ରାଜସ୍ୱ ସୁପରଭାଇଜର, ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ନାଁକୁ ମାତ୍ର ତଦନ୍ତ କରି ଫେରିଆସୁଥିବା ଅଭିଯୋଗ ହେଉଛି । ସରକାର ବେଆଇନ ପୋଡା ଇଟାଭାଟି ଉପରେ କଟକଣା ଜାରୀ କରିଥିବା ବେଳେ ପ୍ରଶାସନ ଏହାକୁ ବନ୍ଦ ନକରିବା ଘଟଣା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ଏନେଇ ତହସିଲଦାର ଅମୀୟ ରଂଜନ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ମଧ୍ୟ ଅଭିଯୋଗ ପାଇଛି । ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଛି । ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।